ମାଲକାନଗିରି ଚାଲାଣ ଗୁଡା କସ୍ତୁରୀବା ବାଳିକା ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ଵାରା ଆଇନ ସଚେତନତା କାର୍ଯ୍ୟକ୍ରମ।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୧୦/୧୨ ମାନ୍ୟବର ଜିଲ୍ଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ  ଚାଲାଣଗୁଡା ସ୍ଥିତ କସ୍ତୁରୀବା ବାଳିକା ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ  ଦ୍ଵାରା  ମାନବିକ ଅଧିକାର ଦିବସ ଉପଲକ୍ଷେ  ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା  କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ତଥା  ଆଇନସେବା ପ୍ରାଧିକରଣର ମାନ୍ୟବର ବିଚାରପତି  ସୁଶ୍ରୀ ସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ  ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ତଥା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧକ୍ଷ ଅଶୋକ କୁମାର ପଟ୍ଟନାୟକ, ସହାୟକ ଅଇନିସେବା  ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ପ୍ରତିରକ୍ଷା ଓକିଲଗଣ  ଆଇନସେବା  ପ୍ରାଧିକରଣ ଆଇନୀ  ୧୯୮୭, ବିଭିନ୍ନ ମାନବିକ ଅଧିକାର ଆଇନ  ବୁଝାଇବା ସହ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ପ୍ରତିରୋଧ, ପୋକ୍ସୋ  ଆଇନ  ସଂପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦାନ କରିଥିଲେ।

Post a Comment

Previous Post Next Post