ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ସମିତି ସହିତ ଶତାଧିକ କର୍ମୀ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ଙ୍କ ରିପୋର୍ଟ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଦିନକୁ ଦିନ ଦୁର୍ବଳ ହେଉଛି ବିଜେଡି, ବଳ ଗୋଟାଉଛି ବିଜେପି । ପୋଲସରା ନିର୍ବାଚନ ମଣ୍ଡଳୀରେ ଧୀରେ ଧୀରେ ବିରୋଧ ଶୂନ୍ୟ ହେବାରେ ଲାଗିଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାଂଗଠାନିକ ଦକ୍ଷତା ଆଗରେ ବିଜେଡି ସଂଗଠନ ଧରାଶାୟୀ ହୋଇପଡିଛି । ପୂର୍ବରୁ ଅନେକ ସରପଞ୍ଚ ସମିତି ସଭ୍ୟ ବିଜେଡି ଛାଡିଥିବା ବେଳେ ଆଜି ବୁଗୁଡ଼ା ବ୍ଲକ ଶଙ୍କୁରୁ ପଞ୍ଚାୟତର ସମିତିସଭ୍ୟ ବିଷ୍ଣୁ ପ୍ରସାଦ ପରିଡା ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ତାଙ୍କ ନେତୃତ୍ଵରେ ଶତାଧିକ ବିଜେଡି କର୍ମୀ ମଧ୍ଯ ଦଳ ପରିତ୍ୟାଗ କରିଛନ୍ତି। ଏହି ମିଶ୍ରଣ ଦ୍ବାରା ଶଙ୍କୁରୁ ପଞ୍ଚାୟତରୁ ବିରୋଧୀ ଶୂନ୍ୟ କରିବା ସହ ପଞ୍ଚାୟତ ବିକାଶକୁ ଅଗ୍ରତି କରିବା ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେ ବିଜେଡି ଛାଡ଼ି ବିଜେପିରେ ମିଶୁଥିବା କହିଛନ୍ତି  । ଏହା ସହ ସେ ବିଜେଡି ଦଳରେ କୋଣଠେଶା ହୋଇରହି ଅଣ ନିଶ୍ୱଶି ହୋଇପଡ଼ିଥିବା ମଧ୍ଯ ପ୍ରକାଶ କହିଛନ୍ତି। ମନ୍ତ୍ରୀ ଶ୍ରୀ ମଳିକ ସମସ୍ତ ବିଜେଡି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ଦଳରେ ସାମିଲ କରାଇଥିଲେ। ଆଗାମୀ ଦିନରେ ଦଳ ଆହୁରି ମଜବୁତ ହେବ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ଅବଗତ କରାଇ ସେଥିରେ ସାମିଲ କରାଇ ତାହାର ଫାଇଦା ନେବାପାଇଁ ଦଳୀୟ କର୍ମୀଙ୍କ ଦ୍ବାରା ପରିପୂର୍ଣ୍ଣ କରିବାପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଳିକ ନିଜର ପ୍ରତିକ୍ରିୟା ରଖିଥିଲେ। ଏହି ସମୟରେ ବିଜେପି ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post