ଆର,ଉଦୟଗିରି ମୋ ନିୟୁଜ ଓଡିଶା :9/12(ମନୋଜ କୁମାର କୁମାର ପାଢୀ )ଗୋଟିଏ ପଟେ ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଉ ଥିବା ବେଳେ ଅନ୍ୟ ପଟେ ଗଞ୍ଜେଇ ଚୋରା ଚାଲାଣ ରୋକିବାର ନାମ ନେଉନାହିଁ। ଯାହା କି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମର୍ଚିମା ଛକ ରେ ଗଜପତି ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ପେଟ୍ରୋଲିଁ ଚାଲିଥିବା ବେଳେ ଏକ କାର କୁ ଅଟକାଇ ତଲାସୀ କରିଥିଲା। ସେଥିରୁ ସାତଗୋଟି ବସ୍ତା ରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଞ୍ଜେଇ କୁ ଓଜନ କରାଯାଇଥିଲା ଯାହାର ପରିମାଣ ୨୧୦ କିଲୋ ଗ୍ରାମ ହୋଇଥିଲା। ଉକ୍ତ ଗଞ୍ଜେଇ ମୋହନା ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କୁ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଥିଲା ଅବକାରୀ ବିଭାଗ।ଉକ୍ତ ଚଢ଼ାଉ ରେ ଗଞ୍ଜାମ ଜିଲ୍ଲା ବି ଜଗନ୍ନାଥପୂର୍ ଗାଁ ର କେ ଶିବରାମ ଦାଶ ଙ୍କ ସହ ଏକ ନୀଳ କାର କୁ ଜବତ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉ ରେ ଡିଏସଇ ବିଭୂତି ଭୂଷଣ ତିୱାରୀ, ମୋହନା ଅବକାରୀ ବିଭାଗ ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଙ୍କ ତତ୍ଵାବଧାନରେ ଜବତ୍ କରାଯାଇଅଛି।


