ଆର,ଉଦୟଗିରି ମୋ ନିୟୁଜ ଓଡିଶା :27/11(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ଥାନା ରେ ଅଭିଯୋଗ।
ଅଙ୍ଗନୱାଡ଼ି ଦିଦୀ ଙ୍କ ଜରିଆ ରେ ସାଇବର ଠକେଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ସହର ରେ। ଚଳିତ ମାସ ୨୩ ତାରିଖ ରେ ବାଡିପଙ୍କା ଗ୍ରାମ ରେ ଥିବା ଅଙ୍ଗନୱାଡ଼ି ଦିଦି ସୁନୀତା ନାୟକ ଙ୍କ ନିକଟ କୁ ଏକ ଫୋନ୍ କଲ୍ ଆସିଥିଲା ଷ୍ଟେଟ୍ ଅଫିସ ରୁ କହି ଯାହା ଫଳରେ ସେ କଥା ହୋଇଥିଲେ ସୁନିତା ଙ୍କୁ ଫୋନ ଲାଇନ ରେ ରଖି ଜସ୍ମିନ ମଳିକ ନାମକ ପ୍ରସୂତି ମହିଳା ଙ୍କୁ ଫୋନ୍ କରିଥିଲେ ଠକ ଜଣକ। ମମତା କାର୍ଡ ରେ ଟଙ୍କା ପଠାଇବା କହି ୩୯୪୦୧ ଟଙ୍କା ଲୁଟି ନେଇଛନ୍ତି।ସେପଟେ ସାଇବର ଅପରାଧ ୧୯୩୦ ରେ ଅଭିଯୋଗ କରିବା ସହଆଜି ଦିନ ୧୨ ଘଣ୍ଟ ସମୟରେ ମୋହନା ଥାନା ର ଦ୍ବାରସ୍ଥ ହୋଇଛନ୍ତି ଜସ୍ମୀନ ମଳିକ ।
Tags:
ଆଞ୍ଚଳିକ