ମହାମଣ୍ଡଳେଶ୍ୱର ସାଧୁ ଓ ସନ୍ଥ ସମ୍ମାନ ସମାରୋହ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିସ୍ରୋତ ଭବନ ଠାରେ ମହାମଣ୍ଡଳେଶ୍ୱର ସାଧୁ ଓ ସନ୍ଥ ସମ୍ମାନ ସମାରୋହ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀଙ୍କ ତତ୍ତ୍ୱାବଧାନରେ ମହାମଣ୍ଡଳେଶ୍ୱର ବିଶ୍ୱହିନ୍ଦୁ ପରିଷଦର ସ୍ୱାମୀ ସତ୍ୟାନନ୍ଦ ଗିରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଥିଲେ ଏହି ସଂସ୍କାର ପବିତ୍ରତା, ସ୍ୱଚ୍ଛତା ଏବଂ ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଭଗବତ ପ୍ରାପ୍ତ ହୋଇପାରିବ। ୩୫ରୁ ଉର୍ଦ୍ଧ୍ୱ ସାଧୁସନ୍ଥମାନେ ଯୋଗଦେଇଥିଲେ। ଦ୍ୱୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କୁ ଉପଢ଼ୋନ ଏବଂ ଈଶ୍ୱରୀୟ ଉପହାର ଦେଇ ସମ୍ମାନୀତ କରାଯାଇଥିଲା। ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ସ୍ୱାଗତ ଭାଷଣ ସହିତ ପରମାତ୍ମାଙ୍କ ସତ୍ୟ ପରିଚୟ ଦେଇ ବିଶ୍ୱରେ ସାଧୁ ସମାଜ ଓ ରାଜଯୋଗ ଦ୍ୱାରା ସୁସ୍ଥତା ଏବଂ ମୂଲ୍ୟ ନିଷ୍ଠା ସମାଜ ସ୍ଥାପନା ହୋଇପାରିବ। ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ସଂସ୍ଥାର ପରିଚୟ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post