ଭଞ୍ଜନଗର : ମୋ ନିୟୁଜ ଓଡିଶା ସ୍ଥାନୀୟ ପ୍ରେସ୍ କ୍ଲବ ପରିସରରେ ସମ୍ବାଦ ସାହିତ୍ୟ ଘର ତରଫରୁ ସମ୍ବିଧାନ ଦିବସ ଏବଂ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି। ଉପସଭାପତି ନେତାଜୀ ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଜଗବନ୍ଧୁ ଜେନା, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ରାଜ କୁମାର ସାହୁ ଏବଂ ସିଆରସିସି ଦୃତିକୃଷ୍ଣ ଲେଙ୍କା ଉପସ୍ଥିତ ଥିଲେ। ସମ୍ବିଧାନରେ ସନ୍ନିବେଶ ହୋଇଥିବା ମୌଳିକ ଅଧିକାର, ନାଗରିକମାନଙ୍କ କର୍ତ୍ତବ୍ୟ ଓ ମାନବବାଦ ସମ୍ପର୍କେ ଆଲୋଚନା କରିଥିଲେ। ବାଳକୃଷ୍ଣ ପଟ୍ଟନାୟକ, ମୋହନ ସାହୁ, ଡ଼ା.ଗାୟତ୍ରୀ ସାହୁ, ହାଡ଼ୁବନ୍ଧୁ ପଟ୍ଟନାୟକଙ୍କ ସହ ସମସ୍ତ ସଦସ୍ୟ କବିତା ପାଠୋତ୍ସବରେ ଅଂଶ ଗ୍ରହଣ କରିଥିଲେ। ସମ୍ବାଦ ସାହିତ୍ୟ ଘର ତରଫରୁ ସମ୍ପାଦକ ସନ୍ତୋଷ ଜେନା ରୋଟାରୀ କ୍ଲବର ସହ-ପ୍ରାନ୍ତପାଳ ଭାବେ ନିର୍ବାଚିତ ହୋଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତ୍ରିନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା