ଆର,ଉଦୟଗିରି୨୭।୧୧ ମୋ ନିୟୁଜ ଓଡିଶା ( ମନୋଜ ପାଢୀ ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଗଜପତି ପୋଲିସ ଖବର ପାଇଥିଲା। ଏହାକୁ ନେଇ ବୁଧବାର ମୋହନା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଡବା ଥାନା ଅଧିକାରୀଙ୍କ ସହ ୭ ପ୍ଲାଟୁନ୍ ପୋଲିସ ଫୋର୍ସ, ଅବକାରୀ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ମିଳିତ ଚଢ଼ାଉ କରାଯାଇଥିଲା। ଚଢାଉରେ ୪୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ପ୍ରାୟ ୯୦,୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବା ବେଳେ ଏହାର ଆନୁମାନିକ ବଜାର ଦର ୯ କୋଟି ଟଙ୍କା ହେବ ବୋଲି ଗଜପତି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Tags:
ଆଞ୍ଚଳିକ