ହିଲ ଟପ ମହାବିଦ୍ୟାଳୟର କ୍ରୀଡା ବାର୍ଷିକ ଉତ୍ସବ

ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ ପାଢୀ/ ୨୭/୧୧/୨୪ :ଗଜପତି ଜିଲ୍ଲା ମୋହନା ସ୍ତିତ ହିଲ ଟପ ମହାବିଦ୍ୟାଳୟରେ କ୍ରୀଡା ଉତ୍ସବର ଆରମ୍ଭ ଦିବସରେ ମହାବିଦ୍ୟାଳୟର ଛାତ୍ରମାନେ ସ୍ଥାନୀୟ ମାଣିକେଶ୍ବରୀ ମନ୍ଦିର ଠାରୁ ଏକ ମିଶାଲ ଯାତ୍ରା ଆରମ୍ଭ କରିବା ପରେ କ୍ରୀଡା ଉତ୍ସବକୁ +2 ଅଧକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଓ +3 ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି ଉଦଘାଟନ କରିଥିଲେ।

ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବର ଉଦଯାପନୀ ଦିବସରେ ଶ୍ରୀ ସିମାଞ୍ଚଳ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ବି.ଇ.ଓ ଶ୍ରୀ ନରେନ୍ଦ୍ର କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି ଯୋଗଦାନ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତ ଛାତ୍ରଛାତ୍ରୀଙ୍କୁ ଆଜି ଦିନ ୨ ଘଣ୍ଟ ସମୟରେ ପୁରସ୍କୃତ କରିଥିଲେ।

ଏହି କ୍ରୀଡା ଉତ୍ସବକୁ ଶ୍ରୀ ଏସ. ରମେଶ, ଶ୍ରୀ ଗୋପାଳ ପଟ୍ଟନାୟକ, ଶ୍ରୀ ଭଗବାନ ବିଷୋୟୀ,ଡାକ୍ତର ଅନ୍ତର୍ଯ୍ୟାମୀ ଗୌଡ଼,ପ୍ରଣାବାନନ୍ଦ ପାଟଯୋଶୀ,ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ,ଶ୍ରୀ ସୁଖବିନ୍ଦର ସିଙ୍ଗ, ଅନିଲ କୁମାର ତ୍ରିପାଠୀ,ନୀଳାଞ୍ଚଳ ରଥ, କାମାକ୍ଷା ପ୍ରସାଦ ପଟ୍ଟନାୟକ,ଶ୍ରୀମତୀ ରିତା ଶତପଥୀ,ଶ୍ରୀମତୀ ସ୍ୱୟଂପ୍ରଭା ସାହୁ,ଶ୍ରୀମତୀ କବିତା ମଲ୍ଲିକ, ଶ୍ରୀମତୀ ପ୍ରମୋଦିନୀ ପାତ୍ର,ଶ୍ରୀ ଅଭୟ ପାଣିଗ୍ରାହୀ, ଶ୍ରୀ କାଳୁ ଜେନା,ଶ୍ରୀ ଆଶିଷ ଅଧିକାରୀ, ଶ୍ରୀ ଜିତେନ୍ଦ୍ର ସ୍ୱାଇଁ, ଶ୍ରୀ ଶ୍ରୀକାନ୍ତ ମାଦଳା, ଶ୍ରୀ ନୀଳମାଧବ ସାହୁ, ଶ୍ରୀ ସନ୍ତୋଷ ସାହୁ ଆଦି ପରିଚାଳନା କରିଥିଲେ ।

Post a Comment

Previous Post Next Post