ଭଞ୍ଜନଗରରେ ଅନୁଷ୍ଠିତ ହେବ ୫୩ତମ ନିଖିଳ ଉତ୍କଳ ଆଇନଜୀବି ସଂଘର ସମ୍ମିଳନୀ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଆସନ୍ତା ଡିସେମ୍ବର ୨୯/୩୦ ଦୁଇ ଦିନ ବ୍ୟାପୀ ନିଖିଳ ଉତ୍କଳ ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ଭଞ୍ଜନଗରରେ ଅନୁଷ୍ଠିତ ହେବା ନିଷ୍ପତ୍ତି ହୋଇଛି। ଭଞ୍ଜନଗର ଓକିଲ ସଂଘ ଏହାର ସଂଯୋଜନା କରିବ। ଏଥିରେ ରାଜ୍ୟ ର ବିଭିନ୍ନ ଓକିଲ ସଂଘର ବହୁ ସଦସ୍ୟ ମାନେ ଯୋଗ ଦେବେ। ସୁପ୍ରିମ କୋର୍ଟ ଓ ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଓଡିଶା ସରକାରଙ୍କ ବହୁ ମନ୍ତ୍ରୀ ଓ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଭଞ୍ଜନଗର ନବ ନିର୍ବାଚିତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମିଳନୀର ଚେୟାରମେନ ରହିଛନ୍ତି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଭଞ୍ଜନଗର ଓକିଲ ସଂଘର ଜଣେ ବରିଷ୍ଠ ଆଇନଜୀବି। ସେହିପରି ଭଞ୍ଜନଗର ଓକିଲ ସଂଘର ସଭାପତି ବରିଷ୍ଟ ଓକିଲ ଶ୍ରୀଯୁକ୍ତ ଶୈଲେନ୍ଦ୍ର ନାରାୟଣ ସାହୁ ସମ୍ମିଳନୀର କୋଚେୟାରମେନ ରହିଛନ୍ତି। ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି। ଏଥିରେ ବହୁ ସଂଖ୍ୟା ରେ ଓକିଲ ମାନେ ଯୋଗ ଦେବା ପାଇଁ ଭଞ୍ଜନଗର ଓକିଲ ସଂଘର ସଭାପତି ଶୈଲେନ୍ଦ୍ର ନାରାୟଣ ସାହୁ ଓ ସଂପାଦକ ରାଜେନ୍ଦ୍ର କୁମାର ପ୍ରଧାନ ନିବେଦନ କରିଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post