ନିଖିଳ ଉତ୍କଳ ଖଡ଼ୁରା ସମାଜର ପ୍ରଥମ ବାର୍ଷିକ ଉତ୍ସବ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ସ୍ଥାନୀୟ ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିଖିଲ ଉତ୍କଳ ଖଡ଼ୁରା ସମାଜର ବନ୍ଧୁ ମିଳନ ତଥା ଗୁରୁତ୍ୱ ପୁର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ସଭାରେ ଭଞ୍ଜନଗର, କନ୍ଧମାଳ, ନୟାଗଡ ଅଂଚଳର ଖଡ଼ୁରା ଜାତିର ଭାଇ ମାନେ ଯୋଗଦେଇଥିଲେ। ଶ୍ରୀ ଚିତ୍ତ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ ସମ୍ପାଦକ ପ୍ରଶ୍ନ ନାୟକ, କୋଷାଧ୍ୟକ୍ଷ ଦେବରାଜ ନାୟକ, ଲିଙ୍ଗରାଜ ନାୟକ, ଯୋଗେନ୍ଦ୍ର ସେନାପତି, ସୁବାଷ ମହାପାତ୍ର, କନ୍ଧମାଳ ଜିଲ୍ଲା ସଂଯୋଜକ ସଂଜୀବ କୁମାର ନାୟକ, ଶେରଗଡ ପେଣ୍ଠ ସଭାପତି ନିରଞ୍ଜନ ନାୟକ ଯୋଗଦେଇଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଯେ ଅନେକ ସମୟରେ ପାରିବାରିକ ତିକ୍ତତା ସମାଧାନ ହୋଇ ପାରୁ ନ ଥିଲା କିନ୍ତୁ ଆଜିର ବୈଠକରେ ରେ ପାରିବାରିକ ସମସ୍ୟା ଗୁଡିକର ସମାଧାନ କିପରି ହୋଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା କରାଯିବ। ଖରୁଡା ସମାଜର ପେଣ୍ଠ ଗଠନର ଆବଶ୍ୟକତା ଦୃଷ୍ଟିରେ ନୂତନ କମିଟି କିପରି ଆଗାମୀ ଦିନରେ ଖଡ଼ୁରା ସମାଜ ବିଭିନ୍ନ ଜନାହିତକର କାର୍ଯ୍ୟ ସହ କୂଳ ସମାଜର ସମସ୍ୟା ସମାଧାନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରକୁ ରଞ୍ଜନ ନାୟକ, ସୀମାଞ୍ଚଳ ମହାପାତ୍ର, ଉପେନ୍ଦ୍ର ବେହେରା, ଅତିଥି ନାୟକ, ସୁଧୀର ସାହୁ, ବବୁଲି ସୁବୁଦ୍ଧି, ଟୁଲୁ ସୁବୁଦ୍ଧି, କାହ୍ନୁ ସେନାପତି, ଟୁଟୁ ସେନାପତି, ବୁଲୁ ସେନାପତି, ଚିତ୍ତରଞ୍ଜନ ନାୟକ, ନବକୃଷ୍ଣ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଞ୍ଚଳ ସମ୍ପାଦକ ସୁରେନ୍ଦ୍ର ବେହେରା ଓ ସୀମାଞ୍ଚଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post