ମନ୍ତ୍ରୀଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୋଲସରା : ମୋ ନିୟୁଜ ଓଡିଶା ରାଜ୍ୟର ବିଜେପି ସରକାର ନିର୍ବାଚନ ପୂର୍ବରୁ ଶତ ପ୍ରତିଶତ ବିଶୁଦ୍ଧ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କାର୍ଯ୍ୟକାରୀ କରିବା ପାଇଁ  ୧୪୩୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ହର ଘର ଜଲ୍ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ୧୧ ବ୍ଲକକୁ ଜଳ ଯୋଗାଣ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ନଭେମ୍ବର ୨୫ ତାରିଖ ଦିନ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପୋଲସରା ବ୍ଲକର ଘୋଡାପଲାଣ ଓ ମଧୁପଲ୍ଲୀ ପଞ୍ଚାୟତର ସମସ୍ତ ଗ୍ରାମରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଦୁଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ସମସ୍ତ ଗ୍ରାମକୁ ଯେପରି ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ଏହାସହିତ ଘୁମୁସର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ଓ ଗ୍ରାମବାସୀ ଏହି ଦୁଇ ପ୍ରକଳ୍ପକୁ ନେଇ ଖୁସି ବ୍ଯକ୍ତ କରିବା ନିଜର ପ୍ରତିକ୍ରିୟା ରଖିଥିଲେ। ଏବଂ ମନ୍ତ୍ରୀ ଦୁଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସଭାର ଆୟୋଜନ କରି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ଥାନାଧିକାରୀ କୈଶିକ ମାଝୀ,ଘୋଡାପଲାଣ ସରପଞ୍ଚ ଧିରେନ କୁମାର ସେଠୀ, ରଘୁନାଥ ଭୂୟାଁ,ଧୃବ ଚରଣ ଦାସ, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ମନୋଜ କୁମାର ଖଟୁଆ, ଗୋପିନାଥ ସ୍ବାଇଁ, ସୁଶ୍ରୀ ଆରତୀ ଦେବୀ,ସୁରେନ୍ଦ୍ର କରଣ, ପ୍ରସାନ୍ତ କୁମାର ଗୌଡ଼, କୃଷ୍ଣ ଚନ୍ଦ୍ର ଜେନା, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ଦୀପକ ପୋଲାଇ, ମହେଶ୍ୱର ପରିଡ଼ା, ସୁନୀଲ ପାଢ଼ୀ, ରାଜେନ୍ଦ୍ର ପାତ୍ର ସମେତ ବହୁ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Post a Comment

Previous Post Next Post