(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ଆର,ଉଦୟଗିରି :ମୋ ନିୟୁଜ ଓଡିଶା ନୁଆଗଡ ଓ ଆର,ଉଦୟଗିରି ବ୍ଲକରେ ଅବାଧରେ ଚୋରା ମଦ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଏଥିରେ ଅବକାରୀ ବିଭାଗ ମଧ୍ୟ ନିଷ୍କ୍ରିୟ ରହିବା ଏବଂ ପୁଲିସ ସହାୟତା ପ୍ରଦାନ କରିବା ଅଞ୍ଚଳବାସୀର ସ୍ତ୍ରୀ ପାଇଁ ଉଦ୍ବେଶର ବିଷୟ ପାଲଟିଛି । ଆର,ଉଦୟଗିରି ବ୍ଲକ ଆର,ଉଦୟଗିରି , ଲୁବୁସିଂ, ଶବରପୋଲ୍ଲି, ଅନୁକୁମ୍ପା, ବାଦପୁର, ବସ୍ତିରିଗୁଡା,କଲମାସିଂ, ରୁମୁଣ୍ଡା,ପାରିଭେଟା,ଛେଳିଗଡ,ଛେଳାଗଡ, ରଣାଲଇ,ରାମଗିରି, ମହେନ୍ଦ୍ରଗଡ, ଶିଆଳିଲଟି, ପୁରୁଣାପାଣି, ରଣ୍ଡିବା, ପରିସଳ, ତବାରସିଂ, ସୁବଳଡା, ମଙ୍ଗରାଜପୁର,ତିଲିକର, ନୁଆଗଡ ବ୍ଲକର ଖଜୁରିପଦା,ନୁଆଗଡ,ବଡପଦା,କେରେଡାଙ୍ଗ, ପି,ଅନ୍ତରଡା,ତାବରଡା, ଗୋଲି, ଏନ୍, ଝାଲରସିଂ, ସମ୍ବଲପୁର, ସରଳାପଦର, ପରିମଳ ଅନୁଗୁରୁ, କିରାମା ସୁନ୍ଦରଡାଙ୍ଗ, ଉଦୟପୁର, ତୁମନ, ବୁରୁସିଂ ତରଭା, ପୁଟୁରୁପଡା, ବେତସିଂ, ରଙ୍ଗମାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଶୀମଦ ଓ ବିଦେଶୀ ମଦ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଆର,ଉଦୟଗିରି ଥାନାର ଛେଳିଗଡ ଅଞ୍ଚଳର ଲାଇସେନ୍ ଦେଶୀମଦ ଭାଟିରୁ ପ୍ରତିଦିନ ଶହ ଶହ ମଦପକଟ ଆର,ଉଦୟଗିରି ଓ ଆଖପାଖ ଗ୍ରାମରେ ବିକ୍ରି ହେବାର ଅଭିଯୋଗ ହେଉଛି । ଆର,ଉଦୟଗିରି ଗ୍ରାମର ବିଭିନ୍ନ ଜାଗା ଖୋଲା ଖୋଲି ଦେଶୀମଦ ପକଟ ବିକ୍ରି ହେବା ସହ ସରକାରୀ ଦରଠାରୁ ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳରେ ମଦ ବିକାଳି ପଚାରିଲେ ଆମେ ପୁଲିସ ଓ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦାଦେଇ ମଦ ବିକ୍ରି କରୁଛୁ ତୁମର ହାତ କଣ ହେବ କର ବୋଲି ଉତ୍ତର ମିଳୁଛି । ସାଧାରଣ ଲୋକ ଓ ଗ୍ରାମର ମହିଳା ମଣ୍ଡଳ ଏହି ମଦବିକ୍ରି ପ୍ରତିବାଦ କଲେ ପୁଲିସ ନାଲି ଆଖିରେ ଶିକାର ହେବା ସହ ମଦ ବେପାରି ଠାରୁ ଆକ୍ରମଣ ଶିକାର ହେବାକୁ ପଡୁଛି । ଛେଳିଗଡ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତତ ଭାଟିରୁ ପ୍ରତିଦିନ ବିଭିନ୍ନ ଯାନ ବାହନ ଦ୍ବାରା ଅବାଧରେ ଆର,ଉଦୟଗିରି, ନୁଆଗଡ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରତିଦିନ ଶହ ଶହ ପ୍ୟାକେଟ୍ ମଦ ଚାଲଣ ହେଉଛି । ବିଭିନ୍ନ ଗ୍ରାମ କୁଡିକୁ ଅବାଧରେ ମଦବିକ୍ରି ଚାଲୁଥିବା ବେଳେ ଅବକାରୀ ଓ ପୁଲିସର ଅଣଦେଖା ଚାଲିଛି । ଏଥିସହ ଚୋରାମଦ କାରବାର ଯୋଗୁଁ ଯୁବକମାନେ ମଦପିଇ ମାତାଲ ହୋଇ ରାସ୍ତାରେ ଝିଅ, ବୋହୁ ଚାଲିବାକୁ ଅଞ୍ଚଳରେ ଭୟ କରୁଛନ୍ତି । ଏଥିସହ ଆର,ଉଦୟଗିରି ଓ ନୁଆଗଡ ଅଞ୍ଚଳରେ ବିଭିନ୍ନ ଜାଗା ଜାଗାରେ ଜୁଆଖେଳ ଖୋଲା ଖୋଲି ଭାବେ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ସବୁସୁଣି ମଧ୍ୟ ଚୁପ୍ ରହୁଛନ୍ତି । ଏଥିପ୍ରତି ଗଜପତି ଏସପି ଧନ୍ୟଦେଇ ପ୍ରିତିକାର କରିବାକୁ ଦାବି ହେବା ସହ ଆର,ଉଦୟଗିରି ଗ୍ରାମରେ ସରକାରୀ ଦରରେ ଦେଶୀମଦ ପ୍ୟାକେଟ ବିକ୍ରି କରିବାକୁ ଦାବି ହେଉଛି ।