କରାପଲ୍ଲୀ ଆଦର୍ଶ ବିଦ୍ୟାଳୟରେ ଶିଶୁ ଦିବସ ଓ ବିଜ୍ଞାନ ପ୍ରଦର୍ଶନୀ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କରାପଲ୍ଲୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନରେ ଶିଶୁ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଭାବେ ଅଭିହିତ କରି କିଭଳି ସେମାନେ ଦେଶ ସେବାରେ ନିଜକୁ ବ୍ରତୀ କରିପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉସ୍ଛାହିତ କରିଥିଲେ। ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀକୁ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଅବସରରେ ବିଦ୍ଯାଳୟ ପରିସରରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନକୁ ନେଇ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ଗଣିତ ପ୍ରଦର୍ଶନୀର ସିନିୟର ବର୍ଗରେ ଦଶମ ଶ୍ରେଣୀର କ୍ରିଶନ୍ କାନ୍ତ ପଣ୍ଡା ଓ ରୌନକ ଦିନେଶ ସାନବଡ, ୬ ଷଷ୍ଠ ଶ୍ରେଣୀରୁ ଗୁରୁ ପ୍ରସାଦ ପ୍ରଧାନ କୃତକାର୍ଯ୍ୟ ହୋଇଥିବା ବେଳେ ବିଜ୍ଞାନ ପ୍ରଦର୍ଶନୀର ସିନିଅର ବର୍ଗରେ ଦଶମ ଶ୍ରେଣୀର ଏ ଦିଲେଶୁ ଏବଂ ଜୁନିଅର ବର୍ଗରେ ଅଷ୍ଟମ ଶ୍ରେଣୀର ବିଶ୍ବଜିତ ମହାରଣା ଓ ଷଷ୍ଠ ଶ୍ରେଣୀ ଛାତ୍ରୀ ଆଦ୍ଯାଶା ପଟ୍ଟନାୟକ କୃତିତ୍ବ ଅର୍ଜନ କରିଥିବା ବେଳେ ସାମାଜିକ ବିଜ୍ଞାନର ଜୁନିଅର ବର୍ଗରେ ଶ୍ରୀଥ ପ୍ରଜ୍ଞା ନାୟକ ଓ ଶ୍ରୀମନ୍ତ ରଥ କୃତିତ୍ବ ଅର୍ଜନ କରିଥିବା ସୂଚନା ମିଳିଛି। ପରିଶେଷରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Post a Comment

Previous Post Next Post