ପୋଲିସକୁ ଖୋଲା ଚେଲେଞ୍ଜ, ପୁଣି ଅଳେଶ୍ୱର ଶୈବ ପୀଠରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଚୋରଙ୍କ ପାର୍ଦୁଭାବ ବଡ଼ିଚାଲିଥିବା ବେଳେ ପୋଲିସକୁ ଚକମା ଦେଖାଇ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ମନ୍ଦିର ଟାର୍ଗେଟ କରି ଚୋରି କରିବାରେ ଲାଗିଛନ୍ତି ଲୁଟେରା l କିଛି ଦିନ ତଳେ ମା ତାରାତାରିଣୀ ମନ୍ଦିରରୁ ଚୋରି ହୋଇଥିବା ବେଳେ ଆଜି ପୁଣି ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରୟାଗିସ୍ଥିତ ସର୍ବପୁରାତନ ଶୈବପୀଠ ଅଳେଶ୍ଵର ମନ୍ଦିରରୁ ପୁଣି ହୁଣ୍ଡୀ ଭାଙ୍ଗି ଲୁଟିଛନ୍ତି ଦୃର୍ବୁତ୍ତ ମାନେ l ଆଜି ଭୋର ସମୟରେ

ପୂଜକ ଆସି ଦେଖିଲା ବେଳକୁ ମନ୍ଦିର ଥିବା ଦାନ ହୁଣ୍ଡୀଟି ନାହିଁ l ଏନେଇ କମିଟିକୁ ଜଣାଇବା ପରେ ଦେଖିଲା ବେଳକୁ ଏହା ନିକଟସ୍ଥ ଏକ ତୋଟାରେ ଭଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା l କାର୍ତ୍ତିକ ମାସ ଯାଇଥିବାରୁ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି l ଏନେଇ ରମ୍ଭା ଥାନାରେ ଏତଲା ଦିଆଯାଇଛି l ଗତ ତିନି ମାସ ତଳେ ମଧ୍ୟ ଏହି ମନ୍ଦିରରୁ ଲୁଟ ହୋଇଥିବା ବେଳେ, ଏହି ଥାନା ଅନ୍ତର୍ଗତ

ବୋରିଗ୍ରାମ ଝଡ଼େଶ୍ୱର, କଣ୍ଟିଆଗଡ଼ ବଟେଶ୍ୱର,, ଗୌରାଙ୍ଗ ପାଟଣା ରମେଶ୍ୱେର, ଶତ୍ରୁଶୋଳ ଶିବ ମନ୍ଦିରରୁ

ଚୋରି ଓ ଲୁଟ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ଧରିବା ଦୂରର କଥା ସେମାନଙ୍କ ଟେର ପାଇପାରୁନି ପୋଲିସ l ଯାହା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଲୁଟେରା ମାନେ କୌଶଳ କରି ଗୋଟିଏ ପରେ ଗୋଟିଏ ମନ୍ଦିରକୁ ଟାର୍ଗେଟ କରିବା

ପୋଲିସକୁ ଖୋଲା ଚେଲେଞ୍ଜ ସଦୃଶ୍ୟ ହୋଇଛି l

Post a Comment

Previous Post Next Post