(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସୃଜନୀ ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପେକ୍ଷୀରେ ପୁରା ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ମାନୀତ କରାଯାଇଥିଲା ।ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ପାରିନଥିବା ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର ଙ୍କୁ ସୃଜନୀ ପରିବାର ତରଫରୁ ତାଙ୍କ କାର୍ଯ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୃଜନୀ ପ୍ରତିଷ୍ଠାତ୍ରି ବନ୍ଦିତା ତ୍ରିପାଠୀ, କର୍ଣ୍ଣଲ ଅଶୋକ ତ୍ରିପାଠୀ, ସୃଜନୀ ଆମ୍ବାସାଡର ଅଜିତ ପାତ୍ର, ପୁଷ୍ପଲତା ପାଣିଗ୍ରାହୀ, ପ୍ରଣୀତା ହୋତା ପ୍ରମୁଖ ଉପସ୍ଥିତ ଥିଲେ. । ମହାନଗର ର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ସୃଜନୀ ର କାଯ୍ୟ ନେଇ ବିଧାୟକ ଙ୍କ ସହ ଆଲୋଚନା କରାଯାଇଥିଲା ।
ଯେ କୌଣସି କାର୍ଯ୍ୟ ରେ ହେଉ ସହର ଉନ୍ନତି ଓ ଶିକ୍ଷlର ଉନ୍ନତି ପାଇଁ ସୃଜନୀ କାମ କରିଆସିଛି. ଓ ଆଗକୁ ମଧ୍ୟ କରିବ ବୋଲି ପ୍ରତିଷ୍ଠାତ୍ରି ବନ୍ଦିତା ଏଠାରେ ପ୍ରକାଶ କରିବା ସହ ଆଗାମୀ ଦିନରେ ବିଧାୟକ ଙ୍କ ସହଯୋଗ କାମନା କରିଥିଲେ.l


