(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହାର ବନ ବିଭାଗ ଅସ୍ବୀକାର କରିଛି । ବାଘ ନୂହେଁ ବିଲୁଆ ଛେଳି ମାରିଥିବା ବିଭାଗ କହୁଛି ।
ଖବରରୁ ଜଣାପଡିଛି, ସୁଜୟ ବୁଧବାର ସନ୍ଧ୍ୟାରେ ରଖିଥିଲେ । ପରିବାର ଲୋକେ ରାତିରେ ଶୋଇଥିବା ବେଳେ ପ୍ରାୟ ୯.୩୦ରେ ଏକ ବାଘ ନିକଟସ୍ଥ ଜଙ୍ଗଲରୁ ଗ୍ରାମକୁ ଆସି ସୁଜୟଙ୍କ ଗୁହାଳରେ ପଶି ବନ୍ଧା ହୋଇଥିବା ୮ଟି ଛେଳିକୁ ଆକ୍ରମଣ କରିଥିଲା । ଏହି ଶଦ୍ଦ ଶୁଣି ପରିବାର ଲୋକେ ଉଠି ଗୁହାଳରେ ବାଘକୁ ଦେଖି ଘୋଡାଇଥିଲେ । ୮ଟି ଛେଳିରୁ ୨ଟି ଛେଳି ବାଘଖାଇ ଅଧା ଛାଡି ଚାଲି ଯାଇଥିଲା । ପରେ ବାଜଟି ଘୋଡାକଣ ଗ୍ରାମର ଇନ୍ଦ୍ରାବାସ କଲୋନିରେ ରହୁଥିବା ମୁନସି ରାଇକାଙ୍କ ଗୁହାଳରେ ପଶି ଏକ ଛେଳି ନେଇ ମୁଖ୍ୟରାସ୍ତାରେ ଖାଇଥିଲା । ଗୁରୁବାର ଛେଳି ମାଲିକ ଏବିଷୟରେ ଆର,ଉଦୟଗିରି ବନ କର୍ମଚାରୀଙ୍କୁ ଜଣାଇଲେ । ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରି ଏହିସବୁ ଛେଳିକୁ ବାଘ ଆକ୍ରମଣ କରିନି ବିଲୁଆ ଆକ୍ରମଣ କରିଛି ବୋଲି କହିଥିଲେ । ଏହା ଶୁଣି ଛେଳି ମାଲିକ ଓ ଗ୍ରାମବାସୀ କହିଛନ୍ତି , ସେମାନଙ୍କୁ ବାଘ ଖାଇନି । ଯେଉଁ ୩ ଛେଳିକୁ ବାଘ ଆକ୍ରମଣ କରିଛି ବୋଲି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି, ଗ୍ରାମରେ ବାଘ ପାଦଚିହ୍ନ ପଡିଛି। କିଛିଦିନ ତଳେ ବାଘ ଗ୍ରାମରୁ ଦୁଇଟି ଛେଳିଳିକୁ ଗୁହାଳରୁ ନେଇ ଜଙ୍ଗଲରେ ମାରି ଖାଇଥିଲା । ଆଖପାଖ ଗ୍ରାମରୁ ଅନେକ ଛେଳି ବାଘ ମାରିଛି । ଏଥିପ୍ରତି ବନ ବିଭାଗ ଗୁରୁତ୍ବ ନ ଦେଇ ବାଘ ବଦଳରେ ବିଲୁଆ ଆକ୍ରମଣ କରି ଛେଳି ମାରୁଥିବା କହୁଛି । ଆଗାମୀ ଦିନରେ ଗ୍ରାମବାସୀ ଯଦି ବାଘ ଆକ୍ରମଣର ଶିକାର ହୁଅନ୍ତି ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ସମୟରେ ସୁଜୟ ବନ କର୍ମଚାରୀଙ୍କ ନିକଟରେ ଛେଳିର କ୍ଷେତିପୂରଣ ଦାବି କରିଥିଲେ । ଏନେଇ ଆର,ଉଦୟଗିରି ରେଞ୍ଜର ଉମା ଶଙ୍କର ବିଷୋୟୀଙ୍କୁ ପଚାରିବାରୁ ସେ କହିଲେ, ଘୋଡାକଣ ଗ୍ରାମର କୌଣସି ଛେଳି ବାଘ ଖାଇନି । ଯେଉଁ ୩ ଛେଳିକୁ ବାଘ ଆକ୍ରମଣ କରିଛି ବୋଲି ଗ୍ରାମବାସୀ କହୁଛନ୍ତି, ସେମାନଙ୍କୁ ବାଘ ନୁହେଁ ବିଲୁଆ ଆକ୍ରମଣ କରିଛି । ଏଥିପ୍ରତି ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦେବାର ବ୍ୟବସ୍ଥା ନାହିଁ । ତେବେ ଆଜି ରାତିରେ ସେହି ଗ୍ରାମରେ ଆମ କର୍ମଚାରୀମାନେ ଜଗିବେ ବୋଲି ବିଶୋୟୀ ପ୍ରକାଶ କରିଥିଲେ ।


