ଭାରତ ବିକାଶ ପରିଷଦ ତରଫରୁ ପ୍ରତିଯୋଗିତା

                           


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ, 

ବ୍ରହ୍ମପୁର: ମୋ ନିୟୁଜ ଓଡିଶା ଗୋସାଇଁନୂଆଗାଁ ସ୍ଥିତ କେ.ସି ହାଇସ୍କୁଲ ପରି ସରରେ   ‘ଭାରତ କୋ ଜାନୋ’ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦ ସ୍ଵାମୀ ବିବେକାନନ୍ଦ  ଶାଖା ବ୍ରହ୍ମପୁର ପକ୍ଷରୁ ସଭାପତି ଇଁ ବାବୁଲି ଚାନ୍ଦ ଗୌଡ଼ ଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ କେ. ଅନୀଲ

କୁମାର ଯୋଗଦେଇ ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତାଭାବେ ଭଗବାନ ତ୍ରିପାଠୀ ଓ ପ୍ରାନ୍ତ ସମ୍ପାଦକ ସୋମେନ୍ଦ୍ର ଦାସ, ସହ ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ସୁଜାତା ଶତପଥୀ କର୍ଯ୍ୟକ୍ରମରେ ସଂଯୋଜନ। କରିଥିଲେ।

ଏହି ପ୍ରତିଯୋଗୀତାରେ ବିଚାରକ ରୂପେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ମହାପାତ୍ର, ସଂଗୀତ ନିର୍ଦେଶକ ରାମ ଲକ୍ଷ୍ମଣ, ଗାୟିକା ମଧୁସ୍ମିତା ଦାସ, ଦେବବ୍ରତ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ କୃତୀ ପ୍ରତି ଯୋଗୀମାନ ଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଶଶାଙ୍କ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅତିଥ୍‌ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ପେଟ୍ରନ୍ ଇଂ ପି.ରାମାରାଓ ସୁବୁଦ୍ଧି, ଉପଦେଷ୍ଟା ଈଂ ଅନୀଲ କୁମାର ଆଚାର୍ଯ୍ୟ, ଡକ୍ଟର ମଧୁସୂଦନ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ।

Post a Comment

Previous Post Next Post