ପବିତ୍ର କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବୃଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ

 


(ମୋ ନ୍ୟୁଜ ଓଡ଼ିଶା)

 ବୁଗୁଡ଼ା, ୨୧/୧୦/୨୪ (ସୋରେନ କୁମାର ପ୍ରଧାନ): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ସମସ୍ତ ଶୈବପୀଠ ଓ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡା ରେ ଥ‌ିବା ଐତିହ ଶୈବପୀଠ ବୁଦ୍ଧଖୋଲ, ବୁଗୁଡ଼ା ଶ୍ରୀ ବଳଦେବ ଜିଉ ,ବିରଞ୍ଚିନାରାୟଣ ମନ୍ଦିର ବୁଗୁଡ଼ା ଅଞ୍ଚଳର ପ୍ରତଖ୍ୟକ ଗ୍ରାମର ମନ୍ଦିର ରେ ହବିସିଆଳି ଭକ୍ତ ମାନଙ୍କ ଲାଗିଛି ପ୍ରଭୁଙ୍କ ଦର୍ଶନ ନିମନ୍ତେ ଲାଗିଛି ଭିଡ । ହବିସିଆଳି ମାନେ ବାଲୁକା ସ୍ତାପନ କରି ରାଇଦାମଦର ପୂଜା ଓ ବୃନ୍ଦାବତୀ ପୂଜା ପବିତ୍ର କାର୍ତ୍ତିକ ମାସ ସାରା କରିବେ । ଏବଂ ଅପରାହ୍ନରେ ଅରୁଆ ଅନ୍ନ ଗୋଟାଏ ବେଳା ଖାଇ ହବିଷ ପାଳିବେ ସାରା ମାସ । ଆଜିର ପ୍ରଥମ

ସୋମବାର ଅବସରରେ ପ୍ରତ୍ୟେକ ମନ୍ଦିରରେ ହବିସିଆଳି ମାନଙ୍କ ଭିଡକୁ ଦୁଷ୍ଟିରେ ରଖ୍ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ କରାଜାଇଥ‌ିବା ବେଳେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ହବିସିଆଳି ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ମାନ କରାଜାଇଛି । ଯେପରିକି ମନ୍ଦିରକୁ ଆସୁଥ‌ିବା ହବିସିଆଳି ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥ‌ିପାଇଁ ସମସ୍ତ ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

Post a Comment

Previous Post Next Post