ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୨୧ ୧୦/୨୦୨୪/ ଗଜପତି ଜିଲା ଆର-ଉଦୟଗିରି ବ୍ଳକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚୟାତ ର ନୂତନଗଡ଼ ଗ୍ରାମ । ଗ୍ରାମ ର ଅନେକ ସମସ୍ୟା କୁ ନେଇ ପରିଦର୍ଶନ କଲେ । ଆର, ଉଦୟଗିରି ବ୍ଳକ ଅଧକ୍ଷ ଲକ୍ଷ୍ମି ନାରାୟଣ ସବର । ଗ୍ରାମର ମୁଖ୍ୟା ବ୍ୟକ୍ତି ମାନେ ସମ୍ମାନିତ ସହ ପାଛଟି ନେଇଥିଲେ ଏବଂ ଗ୍ରାମର ଲୋକମାନଙ୍କ ମାନଙ୍କ ସହ ବସି ଗ୍ରାମର ଉନ୍ନୟନ ବିଷୟ ଉପରେ ଆଲଚ଼ନା କରିଥିଲେ । ପ୍ରଥମରେ ନୂତନ ଗଡ଼ ଗ୍ରାମ ର ପାଣି ଉପରେ ପଚାରିଥିଲେ । କାରଣ ନୁତନ ଗଡ଼ ଗ୍ରାମ ଚାରିପଟେ ପାହାଡ଼ ପର୍ବତ ,ଗ୍ରାମରେ ଆଜକୁ ୩୦ ବର୍ଷ ହେବ ପ୍ରାୟ ୪୦ ଖଣ୍ଡ ପରିବାର ବସ ବାସ କରିଆସୁଛନ୍ତି । ଦିର୍ଘଦିନ ହେବ ସେହି ପାହାଡ଼ ଉପରୁ ଝରୁ ଥିବା ପଙ୍କ କାଦୁଅ ପାଣି ପିଇ ଆସୁଛନ୍ତି । ପାଣି ଆଣିବାକୁ ହେଲେ କିଛି ଦୁର କୁ ଯିବାକୁ ପଡ଼େ ।ସେହ ପାଣି ପିଇବା ଦ୍ବାରା ଅନେକ ପରିବାର ମଧ୍ୟରେ ବିଭିନ୍ନ ରଗରେ ଆକ୍ରାନ୍ତ ର ଶିକାର ହୋଇ ଛନ୍ତି । ଏକ୍ ନଳକୁପ ଅଛି ହେଲେ ଗୋଟିଏ ପାଣି ହାଣ୍ଡି ପାଇ ଏକ ଘଣ୍ଟା ଯଗିବା କୁ ପଡୁଛି । ପୁଣି ଗ୍ରାମରେ ଏକ କମୁନିଟି ହଲ୍ ଅଛି ତାହା ମଧ୍ୟ ଅପୁଣ୍ଣାଙ୍ଗ ଅବସ୍ତାରେ ଥିବାବେଳେ ତାହା କେମିତି ପୁର୍ଣ୍ଣାଙ୍ଗ ହେବ ତାହା ମଧ୍ୟ ଅଧକ୍ଷ ମହାସୟ ସେମାନଙ୍କ ସହ ଆଲୋଚନା କରିଛନ୍ତି ,ଏବଂ ରାସ୍ତା ମଧ୍ୟ ଖରାପ ତାହା ଅଳ୍ପ ବର୍ଷା ହେଲେ ଗ୍ରାମ ବାସି ଯିବା ଆସିବା କରିବାପାଇଁ ବହୁତ କଷ୍ଠ । ତେବେ ଆର,ଉଦୟଗିରି ବ୍ଳକ ଅଧକ୍ଷ୍ୟ ମଧ୍ୟ ପ୍ରତିଶୃତି ଦେଇଥିଲେ କି ଆପଣ ମାନଙ୍କ ସମସ୍ୟ। ର ସସ୍ୟାର ସମାଧାନ ଖୁବ୍ ଶିଘ୍ର ହେବ ବୋଲ କହିଥିଲେ ।କେବେ ପ୍ରଶାସନ ଏମାନଙ୍କ ସମସ୍ୟାର ସମାଧାନ କରିବେ ଏବଂ ନୂତନ ଗଡ଼ ଗ୍ରାମ ବାସି ଉପକୃତ ହେବେ ତାହା ଦେଖିବାକୁ ବାକି ରହିଲା ।


