ଆସିକା ଲକ୍ଷ୍ମୀ ବଜାର ପନିପରିବା ମାର୍କେଟ ରେ ଘଟିଛି ଭା୍ୟାଭୟ ଅଗ୍ନି କାଣ୍ଡ ଲକ୍ଷାଧିକ ଟଙ୍କା ର କ୍ଷୟକ୍ଷତି..!

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ର ଆସିକା ବ୍ୟବସାୟୀ ର ପେଣ୍ଠସ୍ଥଳୀ କୁହାଯାଉଥିବା ସହରରେ ଦଶହରା ଦିନ ଲକ୍ଷ୍ମୀ ବଜାର ସ୍ଥିତ ପନିପରିବା ମାର୍କେଟ ର ବ୍ୟବସାୟୀ ମାନେ ନିଜ ନିଜର ଦୋକାନ କୁ ପୂଜା କରି ସନ୍ଧ୍ୟା ରେ ଘରକୁ ଯାଉଥିଲେ। ସକାଳୁ ପାଈଲେ ଦୋକାନ ଖୋଲି ଥାଆନ୍ତେ ଦଶହରା ଉଠାଣି ବ୍ୟବସାୟ କରିଥାଆନ୍ତେ। ବିଧିର ବିଧାନ ବିଚାର ଥିଲା ଅଲଗା ଦଶହରା ଦିନ ମଧ୍ୟ ରାତ୍ର ରେ ହୁତୁ ହୁତୁ ହୋଈ ନିଆଁ ଜଳୁଛି ନିଆଁ କେମିତି ଲାଗିଲା କିଏ ବି କହି ପାରୁ ନାହାଁନ୍ତି। ଲକ୍ଷ ଲକ୍ଷ ଟଙ୍କାର ପନିପରିବା ଜଳି ପୋଡି ପାଉଁଶ ହୋଈ ଯାଈଥିବାରୁ। ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଈ ବସିଛନ୍ତି। ଦମକଳବାହିନୀ ଆସି ନିଆଁ କୁ ଆୟତ କରିଥିଲେ। ଲକ୍ଷ୍ମୀ ବଜାର ପନିପରିବା ବ୍ୟବସାୟ ସଂଘର ସଭାପତି ସୂର୍ଯ୍ୟ ଚନ୍ଦ୍ର ପ୍ରଧାନ  ଆମ ପ୍ରତି ନିଧ ଆଗରେ କୋହ ଭରା କାହାଣି କହିଥିଲେ। ସୂର୍ଯ୍ୟ ପ୍ରଧାନ,ସୋନୁ ଜେନା,ବିଦ୍ୟାଧର ପୋଲାଈ,ମୋଚିରାମ ଗୈାଡ, ରବିନ୍ଦ୍ର ଜେନା, କାହ୍ନୁଚରଣ ମହାପାତ୍ର,କ୍ରୃଷ୍ଣ ପ୍ରଧାନ, ଗଦାଧର ଜେନା,ବାବୁ ପୋଲାଈ,ସନ୍ତ ଜେନା,ଜଗତ ପୋଲାଈ, ଡ଼୍ରାଇଭର ସ୍ଵାଇଁ, ତ୍ରିନାଥ ପ୍ରଧାନ, ହୃଷିକେଶ ପାଣିଗ୍ରାହୀ,ବାବୁଲା ପ୍ରଧାନ,ଦଣ୍ଡପାଣି ଜେନା,ବାବୁଲି ନାହାକ,ବାବୁଲା ସାହୁ,ପୁନିଆ ସାହୁ, ପ୍ରଫୁଲ୍ଲ ପଣ୍ଡା, ନିରଞ୍ଜନ ପୋଲାଈ, ଆଜିକୁ ଦୀର୍ଘ ୩ ବର୍ଷ ହେଲା ଏନ୍ ଏ ସି କୁ ଭଡା ଦେଈ ପନିପରିବା ବ୍ୟବସାୟ କରି ଆସୁଛନ୍ତି, ଏମାନଙ୍କୁ ସରକାର ସହାୟତା କିଛ ମିଳିଲେ ପୁଣି ସେମାନେ ବ୍ୟବସାୟ କରିବେ ବୋଲି ସଭାପତି ସୂର୍ଯ୍ୟ ଚନ୍ଦ୍ର ପ୍ରଧାନ କହିଛନ୍ତି।

Post a Comment

Previous Post Next Post