ଶକ୍ତି ହରାଉଛି ପୋଲସରା ବିଜେଡି, ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ ନେତା ଓ କର୍ମୀ

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୋଲସରା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୋଲସରା ଶକ୍ତି ହରାଉଛି ବିଜେଡି, ଧୀରେ ଧୀରେ ଦଳ ଦୁର୍ବଳ ହେବାରେ ଲାଗିଛି। ବିଜେଡି ଛାଡ଼ି ବିଜେପିରେ ଅନେକ ନେତା ମିଶୁଥିବା ବେଳେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ଶତାଧିକ ନେତା ଓ କର୍ମୀ ବିଜେପି ରେ ସାମିଲ ହୋଇଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଦେବୀ ପୀଠ ମାଁ ସିଂହସନିଙ୍କ ମନ୍ଦିରରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଣ୍ଡିରିପଡ଼ା ପଞ୍ଚାୟତର ସରପଞ୍ଚ ରଘୁନାଥ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ, ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି  । ସମସ୍ତେ ମିଶି କିପରି ଏହି ଅଞ୍ଚଳର ବିକାଶ ହୋଇପାରିବ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମନ୍ତ୍ରୀ। ଏହାସହିତ ଧନେଇ ଜଳ ଭଣ୍ଡାର ଏକ ମିଟର ଗଭୀର କରିବା ଦୋସିଙ୍ଗ ଓ ଚାଞ୍ଚରା ଗ୍ରାମକୁ ରାସ୍ତା ନିର୍ମାଣ ଭଳି ବିଭିନ୍ନ ଯୋଜନା ହାତକୁ ରାଜ୍ୟ ବିଜେପି ସରକାର ନେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ପାଣ୍ଡିରିପଡା ପଞ୍ଚାୟତର ୨୬ ଗୋଟି ଗ୍ରାମର ବିକାଶ ନେଇ ଚିନ୍ତା କରିଥିବା ପ୍ରକାଶ କରିଥିଲେ ମନ୍ତ୍ରୀ ଶ୍ରୀ ମଳିକ। ଏହାସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ବିଜେପିରେ ଯୋଗଦେବେ ବୋଲି ମଧ୍ୟ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବରିଷ୍ଠ ନେତା ପୀତବାସ ପ୍ରଧାନ, ପୂର୍ବତନ ସରପଞ୍ଚ କୈଳାସ ମହାରଣା,ଦଣ୍ଡପାଣି ନାୟକ, ରବିନ୍ଦ୍ର ନାୟକ, ବିପ୍ରଚରଣ ପ୍ରଧାନ, କୈଳାସ ପ୍ରଧାନ,କାଳୁ ସାହୁ, ବିଦ୍ୟାଧର ନାୟକ, ଧର୍ମେନ୍ଦ୍ର ଗୁରୁ, ଇଶ୍ଵର ପ୍ରଧାନ, ଲାବନ୍ୟ ବେହେରା, ବସନ୍ତ କୁମାର ବିଷୋୟୀ, ଶିବରାମ ବିଷୋୟୀ, ସୂର୍ଯ୍ୟ ବିଷୋୟୀ, ସମିତି ସଭ୍ୟା ମନୋଜ ବିଷୋୟୀ, ସମେତ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏହି ସମୟରେ ଯୁବ ନେତା ମନୋଜ କୁମାର ଖଟୁଆ,ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନ, ଭଗବାନ ସାହୁ, ସୁରେନ୍ଦ୍ର ପ୍ରଧାନ, ମହେଶ୍ୱର ପରିଡ଼ା, ରଘୁନାଥ ପଣ୍ଡା, ଦିପକ ପୋଲାଇ କାମ୍ପ ବାଡ଼େଇ ସମେତ ଅନ୍ୟ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post