ଅଙ୍ଗଦାନ କରି ଅମର ହେଲେ ନରେଶ

 


ଗଜପତି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) 

ମସ୍ତିଷ୍କାଘାତରେ ମାତ୍ର ୩୧ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଗଲେ ପାରଳାଖେମୁଣ୍ଡି ତେଲିଗୌଡ ସାହିର ନରେଶ ପଟନାୟକ। ବାପାଙ୍କ ମୃତ୍ୟୁର ମାତ୍ର କିଛିମାସ ମଧ୍ୟରେ ଏକମାତ୍ର ପୁଅକୁ ହରାଇ ମାଆ ଓ ଭଉଣୀ ଏକ ପ୍ରକାର ଭାଙ୍ଗି ପଡିଛନ୍ତି; ହେଲେ ମୃତ ପୁଅର ଅଙ୍ଗକୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି ପରିବାର| ଏ ସମ୍ପର୍କରେ ଉଷାରାଣୀଙ୍କ ମତ ହେଲା, ମୁଁ ଜଣେ ଡାକ୍ତରଙ୍କ ଝିଅ। ମଣିଷ ଅଙ୍ଗର ଆବଶ୍ୟକତାକୁ ମୁଁ ଠିକ୍‌ ଭାବେ ବୁଝିଛି। ଜଣେ ମଣିଷର ବିଭିନ୍ନ ଅଙ୍ଗ ୬ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରିବ। ତେଣୁ ପୁଅର ମୃତ୍ୟୁ ପରେ ହସ୍ପିଟାଲ୍‌ ପକ୍ଷରୁ ଆସିଥିବା ଅନୁରୋଧକୁ ରକ୍ଷା କରି ଅଙ୍ଗଦାନ ପାଇଁ ରାଜି ହୋଇ ଯାଇଥିଲେ ବୋଲି ସେ କହିଛନ୍ତି। ନରେଶଙ୍କ ମୃତ୍ୟୁକୁ ନେଇ ସାରା ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ, ତାଙ୍କ ଅଙ୍ଗଦାନ ନେଇ ସେତିକି ଗର୍ବିତ। ଏଥିପାଇଁ ନରେଶଙ୍କ ମରଶରୀର ପାରଳାଖେମୁଣ୍ଡି ପହଞ୍ଚିବା ପରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ପାରଳାଖେମୁଣ୍ଡିଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆନୁସରେ ଦିବଂଗତ ନରେଶଙ୍କୁ ଗଜପତି ଜିଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନରେଶ ଜଣେ ପରୋପକାରୀ ତଥା ଖୁସି ମିଜାଜର ବ୍ୟକ୍ତି ଥିଲେ। ତାଙ୍କର ଏହି ଗୁଣକୁ ଆଜି ବି ଝୁରି ହେଉଛନ୍ତି ବନ୍ଧୁ,ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକ ।

Post a Comment

Previous Post Next Post