ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେଲା ବିପଦର ବନ୍ଧୁ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ନିୟତିଙ୍କ ନିଷ୍ପତ୍ତି, ଭାଗ୍ୟର ବିଚାର, ନିଜ ଅସହାୟତାର ପୀଡନକୁ ନିଜ ଛାତିରେ ଜାବୁଡି ଧରି ମୁକ୍ତଆକାଶ ତଳେ ରାତ୍ରିଯାପନ କରୁଥିବା ଅସହାୟ ମାନଙ୍କ ଦୁଃଖର କାହାଣୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଅଧ୍ୟାୟ। ଶୀତ ଏବଂ ବର୍ଷା ଋତୁ ଆଗମନରେ ସତେ ଯେପରି ପୀଡନର ପର୍ବତ ଲଦି ହୋଇପଡେ ସେମାନଙ୍କ ଅସହାୟ କାନ୍ଧ ଉପରେ। ବର୍ଷା, ଥଣ୍ଡା ପବନ ଯେତେବେଳେ ସେମାନଙ୍କ ଶରୀର ମନ ପ୍ରାଣକୁ ଭିଜାଇ ଥରେଇ ଦିଏ ସେତେବେଳେ ନିରୁପାୟ ହୋଇ ଭାଗ୍ୟକୁ ଆଦରି ଅତି ବିପଦଶଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହୁଅନ୍ତି। ବାପା ମା ସ୍ୱପ୍ନ ଦେଖିଥାନ୍ତି ପୁଅ ମୋର ବୃଦ୍ଧ ଅବସ୍ଥାରେ ସାହାଯ୍ୟ ହେବ କିନ୍ତୁ ସେହି ପୁଅ ଯଦି ମାନସିକ ବିକାର ଗ୍ରସ୍ତ ହୋଇଯାଏ ସେତେବେଳେ ପରିବାର ସମସ୍ତଙ୍କ ସ୍ୱପ୍ନ ଭାଙ୍ଗି ଯାଏ। ସତେ ଯେପରି ଏମାନେ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ଯାଆନ୍ତି। କିନ୍ତୁ ଏହି ବିପଦ ସମୟରେ ଆଜି ଭଞ୍ଜନଗର ଅଞ୍ଚଳରେ ରହୁଥିବା ଅସହାୟ, ଅବହେଳିତ ଏବଂ କିଛି ମାନସିକ ବିକାରଗ୍ରସ୍ଥ ଲୋକଙ୍କ ପାଖରେ ପହଞ୍ଚିଥିଲେ ସମସ୍ତଙ୍କ ବିପଦରେ ଠିଆ ହୋଇପାରୁଥିବା ଭିନ୍ନ ଏକ ଅନୁଷ୍ଠାନ ବିପଦର ବନ୍ଧୁ, ଓଡ଼ିଶା ଭଞ୍ଜନଗର ଶାଖା ର ସଦସ୍ୟ ମାନେ। ମିଶନ ଆଶ୍ରା ଓ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ପକ୍ଷରୁ ମାନସିକ ବିକାର ଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲେ। ଏଥିରେ ଭଞ୍ଜନଗର ସହରର ସମସ୍ତ ସାହି ବସ ଷ୍ଟାଣ୍ଡ, ପନିପରିବା ବଜାର, ମେନ ରୋଡ଼, ମେଡିକାଲ, ବାଉଁଶଲୁଣ୍ଡି ବ୍ୟତୀତ କୁଲାଡ ଗୋଲାପଡା ଏପରି ବିଭିନ୍ନ ସ୍ଥାନରୁ ମାନସିକ ରୋଗୀମାନଙ୍କୁ ଉଦ୍ଧାର କରି ବସ ଯୋଗେ ବ୍ରହ୍ମପୁର ସ୍ଥିତ ମିଶନ ଆଶ୍ରା ଆଶ୍ରମକୁ ପଠାଯାଇଛି। ସେଠି ସେମାନଙ୍କ ଉତ୍ତମ ଚିକିତ୍ସା ସହ ରହିବା ଖାଇବା ଓ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଅନୁଷ୍ଠାନ ଦ୍ୱାରା ମାଗଣାରେ କରାଯିବ। ସୂଚନା ଥାଉ କି ପୂର୍ବରୁ ମଧ୍ୟ ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଏପରି ଉଦ୍ଧାର କାର୍ଯ୍ୟକ୍ରମ କରାଯାଇଥିଲା। ବର୍ତ୍ତମାନ ସେଥିରୁ ବହୁତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି। ଅନୁଷ୍ଠାନର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରଯାଇଛି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post