ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ, ବେଲଗୁଣ୍ଠା ଡିମିରିପଲ୍ଲୀ ଠାରୁ ବିପୁଳ ପରିମାଣର ମଦ ଓ ପୋଚ ଜବତ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଡିମ୍ବିରିପଲ୍ଲୀ ଗ୍ରାମରୁ ଆଜି ବିପୁଳ ପରିମାଣର ମଦ ଜବତ କରାଯାଇଛି। ବୁଗୁଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର କର୍ମଚାରୀ ଓ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ୪୮ ଲିଟର ମଦ ଜବତ କରାଯାଇଥିବା ବେଳେ ୧୨୫୦ ଲିଟର ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଗାଁ କେନାଲ ନିକଟରେ ଚୋରା ମଦ ତିଆରି ହେଉଥିବା ନେଇ ଖବର ପାଇବା ପରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post