ଲୋହରାଖଣ୍ଡି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଭଞ୍ଜନଗର ଅଞ୍ଚଳର ଅଗ୍ରୀଣ ସାହିତ୍ୟ ସଂସଦ ଲୋହରାଖଣ୍ଡି ସାହିତ୍ୟ ସଂସଦର ଆଜି ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ପ୍ରସ୍ଥାବ କ୍ରମେ ସଭାପତି ଭାବେ ଡ଼. ଅଶୋକ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଭାବେ ସୁବାସ ଚନ୍ଦ୍ର ତାରିଣୀ, ରୀତାରାଣୀ ମହାପାତ୍ର, ସମ୍ପାଦକ ଭାବେ ଚିନ୍ମୟ କୁମାର ବେବର୍ତ୍ତା, ପରିଚାଳନା ସମ୍ପାଦିକା ଭାବେ ପ୍ରଭାତୀ ମଞ୍ଜରୀ ବେହେରା, ସାଙ୍ଗଠନିକ ସମ୍ପାଦିକା ଭାବେ କଳ୍ପନା କୁମାରୀ ପ୍ରଧାନ, ସହ-ସମ୍ପାଦକ ଭାବେ ତ୍ରିନାଥ ବେହେରା, ରଞ୍ଜୁଲତା ବେହେରା, କୋଷାଧ୍ୟକ୍ଷ ଭାବେ ପୁରୁଷୋତ୍ତମ ମହାପାତ୍ର ଏବଂ ମିଡ଼ିଆ ସଂଯୋଜକ ଭାବେ ରଞ୍ଜିତ ଜେନା ଚୟନ ହୋଇଥିଲେ। ପୂର୍ବରୁ ଥିବା ସଭାପତି ବି.ଗୋବିନ୍ଦ ରାଓ ଉପଦେଷ୍ଟା ଏବଂ ଆଇନ ପରାମର୍ଶ ଦାତା ଭାବେ ଦଣ୍ଡପାଣି ପ୍ରଧାନଙ୍କୁ ଚୟନ କରାଯାଇଥିଲା। ଏହା ସହିତ କାର୍ଯ୍ୟକାରୀ କମିଟି ସଦସ୍ୟା ଭାବେ ସୁଜାତା ଷଡ଼ଙ୍ଗୀ, ଶ୍ୱେତସ୍ୱିନୀ ପଣ୍ଡା, ଝୁନୁଲତା ସ୍ୱାଇଁ, ରଜନୀ ସେଠୀଙ୍କୁ ଚୟନ କରାଯାଇଥିଲା। ସଂସଦର ୨୨ତମ ପ୍ରତିଷ୍ଠା ଦିବସ ଏବଂ ସଂସଦର ଦ୍ୱାରା ପରିଚାଳିତ ଆମ ଖବର ନିଉଜ ଚ୍ୟାନେଲର ୪ର୍ଥ ସ୍ୱନକ୍ଷତ୍ର ଦିବସ ଆୟୋଜନ ନେଇ ଆଲୋଚନା କରାଯାଇଥିଲା। ସମସ୍ତ କର୍ମକର୍ତ୍ତାମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଆଗାମୀ ଅକ୍ଟୋବର ୬ ତାରିଖ ରବିବାର ଦିନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଶେଷରେ ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post