ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଓଡିଶା ବାସୀଙ୍କୁ ସୁଭଦ୍ରା ଭେଟି

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ 

ଆର,ଉଦୟଗିରି : ମୋ ନିୟୁଜ ଓଡିଶା ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ବାବା ସାହେବ ଆମ୍ବେଦକର କଲେଜ ବିଦ୍ୟାଳୟ ପଡିଆରେ ବ୍ଳକ ସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୁଭଦ୍ରା ଲାଇଲ୍ କାର୍ଯ୍ୟକ୍ରମକୁ ସ୍କିନ୍ ମାଧ୍ୟମରେ ଦେଇଥିଲେ ଲୋକେ । ବତ୍ତମାନ ସୁଦ୍ଧା ବ୍ଳକର ୭୦ ପ୍ରତିଶତ ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଅନେକ ହିତାଧିକାରୀଙ୍କୁ ଖାତାକୁ ଟଙ୍କା ଆସିଯାଇଛି ଏବଂ ଅନ୍ୟମାନଙ୍କ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଟଙ୍କା ଆସିଯିବ ବୋଲି ସିଡିପିଓ  ଶ୍ରୀମତୀ      ପାତ୍ର କହିଛନ୍ତି । ଏହି ସହିତ ବ୍ଳକରେ ୧୨୪ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିମନ୍ତେ କାର୍ଯ୍ୟାଦେଶ ଆସିଥିବା ବେଳେ ଏହି ଉତ୍ସବରେ ୧୫ ଜଣ ହିତାଧିକାରୀଙ୍କୁ ଘର ନିମନ୍ତେ କାର୍ଯ୍ୟାଦେଶ ଦେଇଥିଲେ ବିଡିଓ ଶ୍ରୀ ଶବର । ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ସ୍ବଚ୍ଛ ଭାରତ ଅଭିଯାନ ୧ଦଶନ୍ଧି ପୂତ୍ତି ଅବସରରେ ସ୍ବଚ୍ଛତା ହିଁ  ସେବା କାର୍ଯ୍ୟକ୍ରମର ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ, ସିଡିପିଓ ରାଜେଶ୍ବରୀ ପାତଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ,ଏମବିକେ, ସିଆରପି, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଶତାଧିକ ଏସୋଜି ମହିଳା ମଣ୍ଡଳର ସଦସ୍ୟ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ପିଇଓ ନୃସିଂହ ଚରଣ ମିଶ୍ର ପରିଚାନା କରିଥିଲେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Post a Comment

Previous Post Next Post