ବାଇକ ସହ ଟ୍ରକ ଧକ୍କା, ଦୁଇ ମୃତ୍ୟୁ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆର,ଉଦୟଗିରି :ମୋ ନିୟୁଜ ଓଡିଶା ଗଜପତି ଜିଲ୍ଲା ମୋହନା ବ୍ଳକ କମଳାପୁର ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି । ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ମୁତକ ଜଣଙ୍କ ହେଲେ ରାମଗିରି ଥାନାର ପଣସଡିଅ ଗ୍ରାମର ପରମାନନ୍ଦ ରଇତ ଓ ଗୁରୁତର ଆହତ ଜଣକହେଲେ ଭାସ୍କର ଦଳେଇ । ସୁଚନା ପ୍ରକାରେ ରାମଗିରି ଅଞ୍ଚଳରୁ ବ୍ରହ୍ମପୁର ବାଇକ ଯୋଗେ ପରମାନନ୍ଦ ଓ ଭାସ୍କର ଯାଇଥିବା ବେଳେ ବିପରିତ ଦିଗରୁ ଏକ ଟ୍ରକ ଆସୁଥିଲା । କମଳପୁର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋବା  ଫଳରେ ବାଇକରେ ଯାଉଥିବା ଉଭୟେ ଫିଙ୍ଗି ହୋଇ ପଡିଥିଲେ । ଖବର ପାଇ ଅଗ୍ନୀଶମ ଓ ପୁଲିସ ସେଠାରେ ପହଞ୍ଚି ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ମୋହନା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିଲା । ଭାସ୍କରଙ୍କ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକଲ ପଠାଯାଇଥିଲା । ହେଲେ ରାତି ୧୨ ଟାରେ ଭାସ୍କକର ମଧ୍ୟ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ମୋହନା ପୁଲିସ ଓ ଟ୍ରକ  ଓ ବାଇକ ଅଟକ ରଖାଯାଇଛି ।   ମୋହନା ଥାନା ଏନେଇ ୧୮୧/୨୪ ମାମଲା ରୁଜୁ କରି ଟ୍ରକ ଡ୍ରାଇଭର ଥାନା ଅଟକ ରଖାଯାଇ ଅଧିକ ତଦନ୍ତ ଚାଲିଥିବା  ମୋହନା ଅଧିକାରୀ ବସନ୍ତ ସେଠି କହିଛନ୍ତି ।

Post a Comment

Previous Post Next Post