(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ ।
ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ, ମେସିନ ଠାବ ।ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା ଏହି ବେଆଇନ ଗୁଟଖା । ଦୀର୍ଘ ଦିନ ଧରି ବେଆଇନ ଭାବେ ଗୁଟଖା ପ୍ରସ୍ତୁତି ହେବା ସହ ବିଭିନ୍ନ ଅଞ୍ଚଳକୁ ବିକ୍ରି ହେଉଥିଲା । ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତି କରିବା ସହ ଗୁଟଖା ବାସ୍ନା ପାଇଁ ବିଭିନ୍ନ ସାମଗ୍ରୀ ମିଶାଯାଉଥିଲା । ସଦର ଥାନା ପୋଲିସ ଏକ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଚଢ଼ାଉ କରିଛି । ନିକଟରେ ହୋଇଥିବା ନକଲି ତେଲ ଚଢ଼ାଉ ଲିଙ୍କରେ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିଭିନ୍ନ ସଂସ୍ଥା କୁ ଡାକି ତନାଘନା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସପି ।
Tags:
ଆଞ୍ଚଳିକ


