ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା

 ମୋ ନିୟୁଜ ଓଡିଶା ରବିବାର ଦିବା 10 ଘ ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ପଞ୍ଚାୟତସମିତି କାର୍ଯ୍ୟାଳୟ ପରିସରରେ  ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ.ଶିଆରପି, ଏମ୍ବିକେ ସମାବେଶ ହୋଇ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି |  ଏହାପରେ  ବେଗୁନିଆପଡା ବ୍ଲକ ଠାରୁ ବଜାର  ଠାରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ସଚେତନା ସ୍ଲୋଗାନ ହୋଇଥିଲା  ।    ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ  ପରିକ୍ରମା କରିଥିଲେ | ଏହାପରେ ବ୍ଲକ ରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ଦସ୍କତ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ରାଲିରେ ସ୍ଥାନୀୟ ବିଡିଓ ସୁଶ୍ରୀ ପ୍ରଜ୍ଞା ପ୍ରିୟ ଦର୍ଶନୀ , ସିଡିପିଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ ବିପିଏମ ଦିଲ୍ଲୀପ କୁମାର ବେହେରା ବି ଏଲ ସି ଦେବରାଜ ବେହେରା ଜ୍ଞାନ ରଞ୍ଜନ ରାଉତ  ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା କାର୍ଯ୍ୟକାରୀତା ଉପରେ ଅତିଥିମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।   ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ସ୍ଥାନୀୟ ବିଡିଓ ପ୍ରଜ୍ଞା ପ୍ରିୟ ଦର୍ଶନୀ  ପ୍ରକାଶ କରିଥିଲେ | 

Post a Comment

Previous Post Next Post