ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ରହ୍ମପୁର ରେଲୱେ ଷ୍ଟେସନ ଠାରେ ବନ୍ଦେ ମାତରଂ ରେଳ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରଚ୍ୟୂଆଲ ମାଧ୍ୟମରେ ପତକା ଦେଖାଈ ଉଦଘାଟନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଓଡିଶାର ରେଶମ ସହର ବ୍ରହ୍ମପୁର ଠାରେ ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମବେତ ଜନତାଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ଏବଂ ଦେଶରେ ବିକାଶର ଏକ ନୂଆ ଲହରି ଆରମ୍ଭ ହୋଇଛି। ମୋଦୀଜୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନ ସାଧାରଣ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛନ୍ତି।

ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ |

ଏହି ଟ୍ରେନଟି ବ୍ରହ୍ମପୁର ଠାରୁ ଟାଟାକୁ ୯ ଘଣ୍ଟା ୦୫ ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ। ଏହା ସହିତ ବ୍ରହ୍ମପୁର ମଧ୍ୟ ଆମ ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର।

ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁଁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ। ବର୍ତ୍ତମାନ ଆମ ରାଜ୍ୟରେ ପୁରୀ-ହାଓଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ ଆଉ ତିନିଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ।

ଏହି ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ। ବିଶେଷ କରି ଆମର ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଏବଂ ସେମାନେ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ ହୋଇ ପାରିବେ।

ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ଆମ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବ। ଏହା ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ସହାୟକ ହେବ | ସେ ଖୁସି ପ୍ରକାଶ କରି କହିଥିଲେ ଯେ ଭାରତୀୟ ରେଳବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ବ୍ୟତୀତ ଓଡିଶାରେ ରେଳ ସଂଯୋଗକୁ ଘନୀଭୂତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ପାଇଁ ୭୦ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ରେଳ ନେଟୱାର୍କର ଦକ୍ଷତା ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ | ଏହି ଅବସରରେ ଖଣି ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ, ନିଜ ନିଜ ବକ୍ତବ୍ୟରେ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ। ସଭା ପରେ ବ୍ରହ୍ମପୁର ରେଲ ଷ୍ଟେସନ ଚତୁର୍ଥ ପ୍ଲାଟ ଫର୍ମ ଠାରେ  ପ୍ରଧାମନ୍ତ୍ରୀଙ୍କ କର କମଳରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦ୍ଘାଟନ କରିଥିଲେ ।

Post a Comment

Previous Post Next Post