ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା

 


ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-:  ରବିବାର ଦିବା 10 ଘ ସମୟରେ ଆର, ଉଦୟଗିରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀ ଯାମେସ  ରଇତଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି |  ଏହାପରେ ଗ୍ରାମର ଶିବ ମନ୍ଦିର ଠାରେ ଥିବା କଲ୍ୟାଣମଣ୍ଡପ ଠାରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା  ।    ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଆର,ଉଦୟଗିରି  ଗ୍ରାମ ପରିକ୍ରମା କରିଥିଲେ | ଏହାପରେ ଗ୍ରାମର ଶିବ ମନ୍ଦିର ଠାରେ ଥିବା କଲ୍ୟାଣମଣ୍ଡପ ଠାରେ ପହଞ୍ଚି ସେଠାରେ ସୁଭଦ୍ରା ଯୋଜନା ଉପରେ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ, ସିଡିପିଓ ଲଳିତା ପୂଜାରୀ, ଜିଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଓ ଜିପିଇଓ ଜି. ଦମାଦର ରେଡି ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା କାର୍ଯ୍ୟକାରୀତା ଉପରେ ଅତିଥିମାନେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।  ଦସ୍ତଗତ ଅଭିଜାନ ହେବାସହ ଛଟ ଶିଶୁଙ୍କ ଦ୍ବାରା ନାଟକ୍ୟ ମାଧ୍ୟମରେ ବୁଝାଇଥିଲେ ।   ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ସ୍ଥାନୀୟ ବିଡିଓ ଶ୍ରୀ ଖର୍ସେଲ  ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ଅଧିକାରୀ ପ୍ରଭାକର ପ୍ରଧାନ ଓ ଅଶ୍ବିନୀ ସଡଙ୍ଗୀ ପରିଚାଳନା କରିଥିଲେ ।

Post a Comment

Previous Post Next Post