ବ୍ରହ୍ମପୁର ରେଲୱେ ଷ୍ଟେସନରୁ ଗଡ଼ିଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ଓଡ଼ିଶାରେ ଗଡ଼ିଲା ଆଉ ଦୁଇ ବନ୍ଦେ ଭାରତ । ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମୋଟ ୬ଟି ଟେନ ମଧ୍ୟରୁ ଓଡ଼ିଶା ଭାଗରେ ୨ଟି ନୂଆ ଟ୍ରେନ ପଡ଼ିଛି । ଟାଟାନଗର-ବ୍ରହ୍ମପୁର ଓ ଅନ୍ୟଟି ରାଉରକେଲା-ହାୱଡା ମଧ୍ୟରେ ଚାଲିବ ବନ୍ଦେ ଭାରତ।

ରବିବାର ପୂର୍ବାହ୍ନରେ ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଥିବା ଟ୍ରେନଟି ବ୍ରହ୍ମପୁର-ଟାଟାନଗର ପର୍ଯ୍ୟନ୍ତ ଚଳାଚଳ କରିବ । ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ପାଇଁ ମା’ ବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇଥିଲା । ଆଜ୍ଞାମାଳ ଆସିବା ପରେ ଟ୍ରେନକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ଟ୍ରେନଟି ଟ୍ରାକରେ ଗଡ଼ିଥିଲା।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର୍, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରେଲୱେ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post