ଇଂଜିନିୟର ଦିବସ ପାଳନ

 


ଭଞ୍ଜନଗର :. ମୋ ନିୟୁଜ ଓଡିଶା ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କେନ୍ଦ୍ର ଶାନ୍ତିସ୍ରୋତ ଭବନ ପରିସରରେ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା। ଭାରତର ମହାନ ଇଞ୍ଜିନିୟର ଭାରତରତ୍ନ ସାର ମୋକ୍ଷଗୁଡମ ବିଶ୍ୱେଶରାୟଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର ଦିବସ ରୂପେ ଭାରତରେ ପ୍ରତିବର୍ଷ ପାଳନ କରାଯାଉଅଛି। ୧୫ ସେପ୍ଟେମ୍ବର ୧୮୬୧ ମସିହାରେ କର୍ଣ୍ଣାଟକରେ ସେ ଜନ୍ମ ଗ୍ରହଣ କରିଥିଲେ। ଭାରତରେ ଉନ୍ନତିରେ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟଅତିଥି ତଥା ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମୁରଲୀକୃଷ୍ଣ ପଣ୍ଡା ମତବ୍ୟକ୍ତ କରିଥିଲେ। ଶାନ୍ତିସ୍ରୋତ ଭବନର ମୁଖ୍ୟ ପରିଚାଳିକା ରାଜଯୋଗିନୀ ବି. କେ. ସନ୍ତୋଷିନୀ ଭଉଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ, ରାଜଯୋଗ, ଆଧ୍ୟାତ୍ମିକ ଜ୍ଞାନ ଓ ଇଞ୍ଜିନିୟରିଂ ଜ୍ଞାନ ଆଧାରରେ ନୂତନ ବିଶ୍ୱ ନିର୍ମାଣ ହୋଇପାରିବା ସହିତ ପ୍ରତ୍ୟେକ ମନୁଷ୍ୟ ପାରିବାରିକ ଜୀବନ ମଧ୍ୟରେ ରହି ସୁଖ ଶାନ୍ତି ପ୍ରାପ୍ତ କରିପାରିବେ। ଉକ୍ତ ଦିବସରେ ୧୫ରୁ ଉର୍ଦ୍ଧ ଇଞ୍ଜିନିୟର ଯୋଗ ଦେଇଥିଲେ। ୨୦୦ରୁ ଉର୍ଦ୍ଧ ଆଧ୍ୟାତ୍ମିକ ଭାଇ ଭଉଣୀ ଯୋଗଦେଇଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ସମସ୍ତ ଇଞ୍ଜିନିୟର ଭାଇମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post