ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅଧୀନ ପୁଶୁଗୁଡା ଗ୍ରାମ ପଂଚାୟତ ଅଧୀନ ଏମ:ପି:ଭି:୫୭ ଗାଁ ର ପ୍ରାଥମିକ ବିଦ୍ୟାଳୟ ରେ ୨୬ ଜଣ ଛାତ୍ର ଛାତ୍ରୀ ସମେତ ଦୁଇ ଜଣ ରୋଷେୟା ଓ ପ୍ରଧାନ ଶିକ୍ଷକ ସମେତ ଆଉ ଦୁଇ ଜଣ ଶିକ୍ଷକ ଙ୍କୁ ନେଇ ଚାଲିଥିବା ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରେ ୫ ଜଣ, ଦ୍ୱିତୀୟ ଶ୍ରେଣୀ ରେ ୨ ଜଣ, ତୃତୀୟ ଶ୍ରେଣୀ ରେ ୭ ଜଣ, ଚତୁର୍ଥୀ ଶ୍ରେଣୀ ରେ ୬ ଜଣ, ପଞ୍ଚମ ଶ୍ରେଣୀ ରେ ୬ ଜଣ ପାଠ ପଢୁ ଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ରିଷ୍ଣା ମଣ୍ଡଳ ଙ୍କ ତାଙ୍କ ବିଦ୍ୟାଳୟ କୁ ପ୍ରତିଦିନ ନିୟମିତ ଭାବେ ଆସନ୍ତି ନାହିଁ ଯଦିଓ ବା ଆସିଲେ ଦିନ ୧୧ଟା ବେଳେ ବିଳମ୍ୱ ରେ ଆସନ୍ତି ଓ ଘଣ୍ଟେ ଦେଢ଼ ଘଣ୍ଟା ରହିକି ଫୋନ ରେ ବିଦ୍ୟାଳୟ ପରିସର ରେ ଗୋପି ଗୋପି ତାପରେ ଦିନ ୨ଟା ବେଳେ ପଳେଇ ଯାଉଛନ୍ତି!ବିଳମ୍ୱ ରେ ଆସନ୍ତି ଶୀଘ୍ର ଘର କୁ ପଳେଇ ଯାଉଛନ୍ତି ପ୍ରଧାନ ଶିକ୍ଷକ ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଓ ଅଭିଭାବକ ମାନେ ଅନ୍ୟ ପଟେ ସପ୍ତାହ ର ଦୁଇ ଦିନ ବୁଧବାର ଓ ଶନିବାର ଦିନ ଛାତ୍ର ଛାତ୍ରୀ ମାନଂକୁ ଅଣ୍ଡା ଖାଇବାକୁ ଦେବା ଦିନରେ ଅଣ୍ଡା ନ ଦେବାରୁ ଛାତ୍ର ଛାତ୍ରୀ ମାନେ ଅଣ୍ଡା ମାଗିବାରୁ ସେମାନଙ୍କୁ ପ୍ରଧାନ ଶିକ୍ଷକ କହୁଛନ୍ତି ତମ ମା,ବାପା ତମକୁ ଅଣ୍ଡା କେବେ ଖାଇବାକୁ ଦେଉନାହାନ୍ତି କି ନା ତମ ଜୀବନ ରେ କେବେ ଅଣ୍ଡା ଖାଈନ କି ବୋଲି ଧମକ ଦେଉଥିବା ଛାତ୍ର ଛତ୍ରୀପ୍ରଥମେ ଘରେ ପିତାମାତା ଓପରେ ଗଣମାଧ୍ୟମ ସମ୍ମୁଖ ରେ ମଧ୍ୟ ପ୍ରକାଶ କରିଛନ୍ତି ! ଅନ୍ୟପଟେ ବିଦ୍ୟାଳୟ ରେ ଠିକ ରେ ପାଠ ପଢା ହେଉନାହିଁ ବୋଲି ଅଭିଭାବକ ମାନେ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହୁଛନ୍ତି ଯେ ଏଇଟା ଆଦିବାସୀ ଗାଁ ଆଦିବାସୀ ଗାଁ ରେ କେବେ ଠିକ ରେ ପାଠ ପଢା ହୁଏ ନାହିଁ ବୋଲି ଗ୍ରାମବାସୀ ଙ୍କୁ କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି! ଏ ନେଇ ବହୁବାର ଗ୍ରାମ ବାସୀ ଅଭିଯୋଗ କରି ଆସିଥିଲେ ସୁଦ୍ଧା କିଛି କାର୍ଯ୍ୟ କାରି ହୋଇପାରୁନି କି ଡ୍ୟୁଟି ରେ ଅନିମିୟତତା ଓ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଶିକ୍ଷକ ଙ୍କ ବିରୁଦ୍ଧ ରେ କିଛି କାର୍ଯ୍ୟନୁଷ୍ଠାନ ହୋଇ ପାରି ନାହିଁ ଏପର୍ଯ୍ୟନ୍ତ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ଓ ସମ୍ପୃକ୍ତ ପ୍ରଧାନ ଶିକ୍ଷକ କ୍ରିଷ୍ଣା ମଣ୍ଡଳ ବିଦ୍ୟାଳୟ କୁ ଆସିବାରେ ଅନିୟମିତ ବା ଅନୁପସ୍ଥିତ ଅଧିକାଂଶ ଦିନ ଅନୁପସ୍ଥିତ ରହୁଛନ୍ତି ସପ୍ତାହ ରେ ଦିନେ ଦିଦିନ ଆସନ୍ତି କିନ୍ତୁ ଶିକ୍ଷକ ଉପସ୍ଥାନ ଖାତା ରେ ସେ ପ୍ରତିଦିନ ବିଦ୍ୟାଳୟ କୁ ଆସୁଥିବା ଭଳି ଉପସ୍ଥାନ ଖାତାରେ ତାଙ୍କ ର ଉପସ୍ଥାନ ପକାଉଛନ୍ତି! ଏପରି କି ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଗଣେଶ ପୂଜା, ସରସ୍ବତୀ ପୂଜା ଦିନ ମାନଙ୍କ ରେ ମଧ୍ୟ ସେ ବିଦ୍ୟାଳୟ କୁ ଆସନ୍ତି ନାହିଁ ବୋଲି ଗ୍ରାମ ର ୱାର୍ଡ ସଭ୍ୟ ସୁଶୀଲ ବିଶ୍ୱାସ ଗଣମାଧ୍ୟମ ସମ୍ମୁଖ ରେ ପ୍ରକାଶ କରିଛନ୍ତି ଏ ସବୁ କଥା ଜାଣିବା ପରେ ଗ୍ରାମ ବାସୀ ବିଦ୍ୟାଳୟ କୁ ଆସି ଶିକ୍ଷକ ଉପସ୍ଥାନ ଖାତା ନେଇ ଘରେ ରଖି ଛନ୍ତି!ଯଦି ସମସ୍ୟା ର ସମାଧାନ ନ ହୁଏ ତାହେଲେ ଆଗାମୀ ଦିନରେ ବିଦ୍ୟାଳୟ ଗେଟ ରେ ତାଲା ପକେଇବେ ବୋଲି ଗ୍ରାମ ବାସୀ ଗଣମାଧମ ସମ୍ମୁଖ ରେ ପ୍ରକାଶ କରିଛନ୍ତି!


