ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ ଶାଖା ତରଫରୁ ସ୍ଥାନୀୟ ଓ.ଏସ.ପି ଚତୁର୍ଥ ବାଟାଲିୟନ ଏମ୍.ଭି-୩ ଠାରେ ଆୟୋଜିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟର ଇଗ୍ନୋ ସଂଯୋଜକ ଅଶୋକ କୁମାର ଷଡ଼ଙ୍ଗୀ ଓ ସହକାରୀ ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଆୟୋଜନ କରିଥିଲେ l ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଓ.ଏସ.ପି ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ ସରୋଜ କୁମାର ଜେନା, ସହକାରୀ କମାଣ୍ଡାଣ୍ଟ ହେମନ୍ତ କୁମାର ଦାସ, ଦକ୍ଷିଣ ମାରାଣ୍ଡି, ସରୋଜ କୁମାର ରାଉତ ଓ ଅନ୍ୟାନ୍ୟ ନିରୀକ୍ଷକ, ସହକାରୀ ନିରୀକ୍ଷକ, ପୋଲିସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏକ ଶହରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀ ଭାଗ ନେଇଥିଲେ ଓ ଇଗ୍ନୋର ବିଭିନ୍ନ ପାଠ୍ୟକ୍ରମରେ ଯୋଗଦେବା ପାଇଁ ଇଛା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀମାନେ ଇଗ୍ନୋର ବିଭିନ୍ନ ପ୍ରୋଗ୍ରାମ ବିଷୟରେ ସଚେତନ ହୋଇଥିଲେ ଓ ଇଗ୍ନୋର ଶିକ୍ଷାର୍ଥୀ ହେବା ପାଇଁ ଇଛା ପ୍ରକାଶ କରିଥିଲେ l ପରିଶେଷରେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନୁଷ୍ଠାନର ମୁଖ୍ୟ ସରୋଜ କୁମାର ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


