ଭଞ୍ଜନଗର:ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନରେ ଥିବା ବୋରଦା ପଞ୍ଚାୟତର କେନ୍ଧୁଖାଲ ଠାରେ ଗଲା ୩ ତାରିଖ ଦିନ ଏଲ୍ଏନ୍ଟି ପ୍ରାଇଭେଟ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। କର୍ମଚାରୀ ଜଣଙ୍କ ବିଭିନ୍ନ ଗ୍ରାମରୁ ଋଣ କିସ୍ତି ବାବଦରେ ଦୁଇ ଲକ୍ଷ ଛତିଶ ହଜାର ଟଙ୍କା ଆଦାୟ କରି ଫେରୁଥିବା ସମୟରେ କେନ୍ଧୁଖାଲ ନିକଟରେ ୩ ଜଣ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ ଏବଂ ତାଙ୍କ ଗାଡ଼ିରୁ ଚାବି କାଢ଼ିକି ଫୋପାଡ଼ିଦେବା ସହ ତାଙ୍କ ମୋବାଇଲଟିକୁ ପିଟି ଭାଙ୍ଗିଦେଇଥିଲେ। ଛୁରୀ ଦେଖାଇ ତାଙ୍କ ଠାରୁ ଟଙ୍କା ଥିବା ବ୍ୟାଗଟିକୁ ତାଙ୍କଠାରୁ ଛଡେଇନେଇ ଚମ୍ପଟ ମାରିଥିଲେ। ବ୍ୟକ୍ତି ଜଣଙ୍କ ବଡ଼ଗଡ଼ ପୋଲିସକୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ଘଟଣା ସ୍ଥଳରେ ବଡ଼ଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବଡ଼ଗଡ଼ ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ପେଟ୍ରୋଲିଙ୍ଗକୁ କଡାକଡ଼ି କରାଯାଇଥିଲା। ଲୁଟେରା ମାନଙ୍କୁ ଧରିବା ପାଇଁ ବଡ଼ଗଡ଼ ପୋଲିସକୁ ନାକେଦମ ହେବାକୁ ପଡିଥିଲା ତଥାପି ବଡ଼ଗଡ଼ ପୋଲିସ ହାର ମାନିନଥିଲା ଏବଂ ଶେଷରେ ସେହି ୩ ଜଣ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ବାସ୍ତବ ନାଇକ ଗ୍ରାମ - ଜୟ ନଗର, ବିନୋଦ କୁମାର ଦାସ ଗ୍ରାମ - ବୁଗୁଡ଼ା ଏହି ଦୁଇ ଲୁଟେରା ସୋରଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ଋତୁନୁ ଗୌଡ଼ ଗ୍ରାମ - ଗୋଜିଆ ଖମଣ ବଡ଼ଗଡ଼ ଥାନା ଅଞ୍ଚଳର ବୋଲି ଜଣା ପଡ଼ିଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବତ୍ତ


