ଭଞ୍ଜନଗର :ମୋ ନିୟୁଜ ଓଡିଶା ଜଗନ୍ନାଥପ୍ରସାଦ ବ୍ଲକରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ରୁ ୧୯ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ପାଇଁ ଦିନ ଧାର୍ଯ୍ୟ କରା ଯାଇଥିଲା। ଏହି ପରିପେକ୍ଷୀରେ ବ୍ଲକରେ ବିଭିନ୍ନ ସେକ୍ଟର ଓ ସବ ସେଣ୍ଟରରେ ନିୟୋଜିତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଛାତ୍ରଛାତ୍ରୀ ଜନସାଧାରଣଙ୍କୁ ଔଷଧ ସେବନ କରାଉଥିବା ଦେଖିବାକୁ ମିଳିଛି। ଏଥିରେ ୦୩ ପ୍ରକାର ଔଷଧ ଯଥା ଡିଇସି, ଆଲବେଣ୍ଡାଜୋଲ ଏବଂ ଆଇଭରମେକ୍ଟିନ ବୟସ, ଉଚ୍ଚତାନୁସାରେ ସେବନ ପାଇଁ ଦିଆଯାଉଛି। ବାତଜ୍ୱର ଦୂରୀକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଉଦଘାଟନ ବ୍ଲକର ଗୋଚ୍ଛାବାଡ଼ି ସବସେଣ୍ଟର ସର୍ଦାର ସଂଗ୍ରାମ ସିଂ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପ୍ରସାଦ ସବସେଣ୍ଟର ଯୁଧିଷ୍ଠିର ବିଦ୍ୟାପୀଠ,ସ ମରବନ୍ଦ ସବସେଣ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମରବନ୍ଧ ଅନୁଷ୍ଠିତ ହୋଇଛି। ଏଥିରେ ଏଏନଏମ ଭାଗ୍ୟଳତା ପ୍ରଧାନ, ମନୋରମା ଗୌଡ଼, ଶୁଭଶ୍ରୀ ସ୍ୱାଇଁ, ହୃଷିକେଶ ମହାରଣା, ସ୍ୱେଚ୍ଛାସେବୀ ସତ୍ୟନାରାୟଣ ମିଶ୍ର ଏବଂ ବିଭିନ୍ନ ସେଣ୍ଟର ତାଲିମପ୍ରାପ୍ତ କର୍ମଚାରୀଙ୍କ ସମେତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଲୋକଙ୍କୁ ସଚେତନ କରି ଔଷଧ ସେବନ କରାଉ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ଫାଇଲେରିଆ ରୋଗ କାରଣ ଓ ନିରାକରଣ ସମ୍ପର୍କରେ ରହିଥିବା ବିଭିନ୍ନ କାରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜଗନ୍ନାଥପ୍ରସାଦ ବ୍ଲକ ଆଦିବାସୀ ଏବଂ ଜଙ୍ଗଳାଞ୍ଚ ହୋଇଥିବା ହେତୁ ଲୋକଙ୍କ ସହିତ ଯୋଗାଯୋଗ ରକ୍ଷା କରି ଔଷଧ ସେବନ କରାଇବା କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ହେତୁ ସଫଳତା ହାସଲ କରିବା ଆହ୍ୱାନ ହୋଇଯାଇଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


