ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ରାଜ୍ୟ ଗଣଶିକ୍ଷା ସଚିବ ଶ୍ରୀ ଅଶ୍ବଥି ଏସ୍ ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ଜିଲ୍ଲା ଗସ୍ତ କରିଥିଲେ । ପ୍ରଥମ ଦିନ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭା.ପ୍ର.ସେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧ‌ିକାରୀ, ଜିଲ୍ଲା ପରିଷଦ ମାଲକାନଗିରି, ଜିଲ୍ଲା ଶିକ୍ଷାଧିରୀ, ମାଲକାନଗିରି, ଅଧ୍ଯକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ଚିତ୍ରକୋଣ୍ଡା, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା ଓ ଜିଲ୍ଲା ଶିକ୍ଷାଧ୍ୟାକାରୀ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉକ୍ତ ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ଓ ସମଗ୍ର ଶିକ୍ଷାର ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ଗସ୍ତର ଦ୍ଵିତୀୟ ଦିବସରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଚାଲାଣଗୁଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଗନ୍ଧିପାଲ୍ଲୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ଚିତ୍ରକୋଣ୍ଡା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟେମ୍ପରାରୀ କଲୋନୀ, ଚିତ୍ରକୋଣ୍ଡାକୁ ବୁଲି ଦେଖ‌ିବା ସହିତ ବିଦ୍ୟାଳୟରେ ଥ‌ିବା ମୌଳିକ ଅସୁବିଧା ଉପରେ ଆଲୋକପାତ କରିଥିଲେ। ଚିତ୍ରକୋଣ୍ଡା ଅଞ୍ଚଳରେ ଥିବା କେତେକ ବିଦ୍ୟାଳୟ ସହ ଡାଏଟ ତାଲିମ କେନ୍ଦ୍ରରେ ୪ ଜଣ ଓ୍ବାଚରଙ୍କୁ ନିଯୁକ୍ତି ପାଇଁ ନିର୍ଦେଶ ଦେବା ସହ ରୋଷେଇ ଘର , ଡାଇନିଙ୍ଗ ଗୃହ ସମସ୍ୟା ସମାଧାନ ପାଇଁ କହିଥିଲେ।ଏଥି ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କର ସହ ଆଲୋଚନା ଓ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ।

Post a Comment

Previous Post Next Post