ମାଟିମୂର୍ତ୍ତି କିଣିବା ପାଇଁ ଆଗ୍ରହ ବଢ଼ିଛି

 


ଗଜପତି  ମୋ ନିୟୁଜ ଓଡିଶା (୧୩/୮/୨୪):ଗଜପତି ଜିଲ୍ଲା ପ୍ରଶାସନ ଗଣେଶ ପୂଜାକୁ ଆଖି ଆଗରେ ରଖି ପିଓପି (ପ୍ଲାଷ୍ଟର ପ୍ୟାରିସ ) ମୂର୍ତ୍ତି ବିକ୍ରି କରିବା ଉପରେ କଟକଣା ଲଗାଯାଇଛି। ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ସ୍ଥାନୀୟ ଚିତ୍ରକର ଓ ମୂର୍ତ୍ତି କାରିଗରଙ୍କ ମୁହଁରେ ହସ ଫୁଟାଇଛି. ପାରଳା ସହରରେ ୨୫ ରୁ ଊର୍ଦ୍ଧ୍ଵ ଚିତ୍ରକର ଓ ମୂର୍ତ୍ତି କାରିଗର ପରିବାର ରହୁଛନ୍ତି। ସେମାନେ ପ୍ରତିବର୍ଷ ମାଟିମୂର୍ତ୍ତି ନିର୍ମାଣ କରି ଗୁଜରାଣ ମେଣ୍ଟାଇଥାନ୍ତି। ପିଓପି ମୂର୍ତ୍ତି ଆସିବା ଫଳରେ ଲୋକେ ସେଗୁଡ଼ିକ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ଏବଂ ସେମାନଙ୍କ ପ୍ରସ୍ତୁତ ମୂର୍ତ୍ତିର ଚାହିଦା କମିବାରେ ଲାଗିଥିଲା ଏପଟେ, ପରିବେଶ ସନ୍ତୁଳନରେ ମଧ୍ୟ ପିଓପି ମୂର୍ତ୍ତି ବାଧକ ସାଜୁଥିବାରୁ ଏହାର ବିକ୍ରିକୁ ପ୍ରଶାସନ ବନ୍ଦ କରିବା ଫଳରେ ସ୍ଥାନୀୟ ମାଟିମୂର୍ତ୍ତି କାରିଗରଙ୍କ ପାଖରେ ବର୍ତ୍ତମାନ ଅଧିକ ଅର୍ଡର ପହଞ୍ଚିବାରେ ଲାଗିଛି। ଲୋକେ ବି ମାଟିମୂର୍ତ୍ତି କିଣିବା ଉଚିତ ବୋଲି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି। ତେବେ, ଗଜପତିରେ ପିଓପି ମୂର୍ତ୍ତି ବିକ୍ରି ବନ୍ଦ ହୋଇଥିଲେ ହେଁ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଓପି ମୂର୍ତ୍ତି ଚାଲାଣକୁ ବନ୍ଦ କରାଯିବା ପ୍ରତି ଗଜପତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଚିତ୍ରକର ଓ ମୂର୍ତ୍ତି କାରିଗର ସୁବାସ ମହାପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି. ବର୍ତ୍ତମାନ ନିର୍ମାଣ ହେଉଥିବା ବଡ଼ ମାଟିମୂର୍ତ୍ତି ଗୁଡ଼ିକର ଦର ଛୋଟ ମୂର୍ତ୍ତି 1 ଶହରୁ 5 ଶହ. ବଡ଼ ମୂର୍ତ୍ତି ୪ ହଜାର ଟଙ୍କାରୁ ଆରମ୍ଭ କରି ୨୫ ହଜାର ପର୍ଯ୍ୟନ୍ତ ରହିଛି। ମୂର୍ତ୍ତି ନିର୍ମାଣ ପାଇଁ ଲାଗୁଥିବା ସାମଗ୍ରୀ, ରଙ୍ଗ ଓ ଶ୍ରମକୁ ମୂଲ୍ୟାଙ୍କନ ପରେ ପାଖାପାଖି ଜଣେ କାରିଗର ଗୋଟିଏ ସିଜନରେ 5୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ ବୋଲି ଆଶା ରଖିଛନ୍ତି।              ଗଜପତି  ଜିଲା  ରୁ  ମନୋଜ  କୁମାର  ପାଢୀ ଙ୍କ  ରିପୋର୍ଟ  ।

Post a Comment

Previous Post Next Post