ପାମ୍ ମେଗା ଡ୍ରାଇଭ୍ ପ୍ଲାଣ୍ଟେଶନ ଉଦଘାଟିତ

ଗଜପତ,ମୋ ନିୟୁଜ ଓଡିଶା (୧୩/୮/୨୪):ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଅନଗଡୁଙ୍ଗୁରୁ ଗାଁରେ ଉଦ୍ୟାନ ବିଭାଗ ପକ୍ଷରୁ ପାମ ମେଗା ଡ୍ରାଇଭ୍ ପ୍ଲାଣ୍ଟସନ୍ ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି ମୋହନା ବିଡ଼ିଓ ରାଜୀବ ଦାସ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି l ପ୍ରାୟ ୨୫ ଏକର ଜମିରେ ଏହି ପ୍ଲାଣ୍ଟସନ୍ କରାଯାଇଥିବା ବେକେ ସେଥିରୁ ୫ ଏକର ତିବତିୟ ମାନଙ୍କ ଜମି ରହିଛି l ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ସୁଶାନ୍ତ ରଞ୍ଜନ ଦାସ, ମୋହନା ଗୋଡ଼ରେଜ୍ ଏଗରିଭେଟ ସିନିୟର୍ ସୁପରଭାଇଜର ଆଲମାସ ସ୍ୱାଇଁ , ଲବlରସିଂ ସରପଞ୍ଚ ଯମୁନା ରଇତ ପ୍ରମୁଖ ଯୋଗଦେଇଥିଲେ l କାର୍ଯକ୍ରମ କୁ ଉଦ୍ୟାନ ବିଭାଗ ଅଧିକାରୀ କରୁଣାକର ପାଇକ ଓ ଗୋପିନାଥ ସାହୁ ପରିଚାଳନା କରିଛନ୍ତି l     ଗଜପତି ଜିଲା ରୁ  ମନୋଜ କୁମାର  ପାଢୀ ଙ୍କ  ରିପୋଟ

Post a Comment

Previous Post Next Post