ନିଶାମୁକ୍ତ ଭାରତ ଅଭିଯାନ ଏବଂ ଏକ୍ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ

 


ଗଜପତି ମୋ ନିୟୁଜ ଓଡିଶା (୧୩/୮/୨୪):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଭାରତ ଅଭିଯାନ” ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ରୀନା ସାହୁ ଏହି କାର୍ଯ୍ୟକ୍ରମରଉଦଘାଟନ କରି ନିଶା ଜନିତ ବ୍ୟବହାର ଏବଂ ଏହାର ପରିଣତି କେତେ ଯେ ଭୟଙ୍କର ସେ ସଂପର୍କରେ ଆଲୋକପାତ କରିଥିଲେ । ଗୁଟକା, ସିଗାରେଟ୍, ମଦ୍ୟପାନ ଆଦି ସେବନ କରିବା ଦ୍ବାରା ନିଜର ତଥା ନିଜ ପରିବାରର କେତେ ଯେ କ୍ଷତି ଘଟିଥାଏ ସେ ସଂପର୍କରେ ମଧ୍ୟ ବିଭିନ୍ନ ଉଦାହରଣ ପୂର୍ବକ ବର୍ଣ୍ଣନା କରିଥିଲେ। ସେହିଭଳି ମହାବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଡ ଭାରତୀ ପାଣିଗ୍ରାହୀ ମଧ୍ୟ ନିଜ ବକ୍ତବ୍ୟରେ ଡ୍ରଗସ୍ ସେବନ, ଗୁଡାଖୁ, ଗଂଜେଇ ଆଦି ସେବନରୁ ନିବୃତ ରହିବା ସହ ସମାଜରେ ସଚେତନତା ଆଣିବାରେ ଯୁବପିଢୀ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ଶେଷରେ ଅଧ୍ଯକ୍ଷା ନିଶାନିବାରଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିବା ଶପଥ ପତ୍ରକୁ ସମସ୍ତଙ୍କୁ ପାଠ କରାଇବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଗଛକୁ ମଧ୍ୟ ଛାତ୍ରୀ ତଥା ସହକର୍ମୀଙ୍କ ସହ ମହାବିଦ୍ୟାଳୟ ପରିସରରେ ରୋପଣ କରିଥିଲେ । ଦ୍ବିତୀୟ ପର୍ଯାୟରେ ଭାରତ ସରକାରଙ୍କ “ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧୂ ଅନୁଷ୍ଠାନ” ଆନୂକୁଲ୍ୟରେ “ଏକ୍ ପେଡ୍ ମାଁ କେ ନାମ” (ଗୋଟିଏ ଗଛ ମାଁଙ୍କ ନାମରେ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଭାରତର ଜଳବାୟୁରେ ଯେଉଁଭଳି ପରିବର୍ତ୍ତନ ଘଟି ତାପମାତ୍ରା ବଢି ଚାଲିଛି ତା’ର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ରୋପଣ କରିବା ପାଇଁ ଅଧ୍ଯକ୍ଷା ଆହ୍ବାନ ଦେଇଥିଲେ। ସେହିଭଳି ଅଧ୍ୟାପିକା ଡ ଭାରତୀ ପାଣିଗ୍ରାହୀ ଓ ଅଧ୍ୟାପକ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡିତ ମଧ୍ଯ ବୃକ୍ଷ ରୋପଣ ଦ୍ବାରା ମୃତ୍ତିକା, ଜଳବାୟୁ ସର୍ବୋପରି ମନୁଷ୍ୟର କିଭଳି ଉପକାର ଘଟିଥାଏ ଉପସ୍ଥିତ ଛାତ୍ରୀ ମାନଙ୍କୁ ମିଳିତ ଭାବେ ବୁଝାଇ କହିଥିଲେ। ଏହାପରେ ଛାତ୍ରୀ ମାନେ କିଛି ଗଛ ମହାବିଦ୍ୟାଳୟ ତଥା ବାହାରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ।         ଗଜପତି  ଜିଲା ରୁ ମନୋଜ କୁମାର ପାଢୀ ଙ୍କ  ରିପୋର୍ଟ

Post a Comment

Previous Post Next Post