୭ ଫୁଟ ଲମ୍ବର ଅଜଗର ଉଦ୍ଧାର



ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଚିତ୍ରକୋଣ୍ଡା ଛକ ନିକଟରେ ଥିବା ଏକ ଦୋକାନ ରେ ଗତକାଲି ମଧ୍ୟରାତ୍ର ପ୍ରାୟ ୧.୩୦ ସମୟରେ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଏହି ଅଜଗର ଟି ବ୍ୟବସାୟୀ ଜଣକ ରଖିଥିବା ଦେଶୀ କୁକୁଡ଼ାକୁ ଗିଲିଦେଇଥିଲା। ଫଳରେ ସେ କୁଆଡେ ଯାଇ ପାରୁନଥିଲା। ବ୍ୟବସାୟୀ ଜଣକ ରାତିରେ ବାହାରକୁ ବାହାରିବା ସମୟରେ ଏହି ଅଜଗରଟିକୁ ଦେଖିଥିଲେ। ସଙ୍ଗେ ସଙ୍ଗେ ସ୍ନେକ କ୍ୟାଚର ରାଜେନ୍ଦ୍ର ଖରା ଙ୍କୁ ଫୋନ ଯୋଗେ ଡକାଇଥିଲେ। ରାଜେନ୍ଦ୍ର ପହଂଚି ଅଜଗର ଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲ ରେ ଛାଡି ଦେଇଥିଲେ। ଅଜଗର ଟି ପ୍ରାୟ ପ୍ରାୟ ୭ ଫୁଟ ଲମ୍ବ ରହିଥିବା ବେଳେ କାହାରି କୌଣସି କ୍ଷତି କରିନଥିବା ସୂଚନା ମିଳିଛି। ତେବେ ଖାଦ୍ୟ ଖୋଜିବା ନିମନ୍ତେ ଅଜଗରଟି ସହର ମୁଁହା ହୋଇଥିବା ଅନୁମାନ କରାଯାଉଛି।

Post a Comment

Previous Post Next Post