ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ପ୍ରତି ବର୍ଷ ବର୍ଷାଦିନ ଆସିଲେ ଗ୍ରାମବାସୀ ବହୁ ହଇରାଣ ହବାକୁ ପଡୁଥିବା ବେଳେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁ ନଥିବା ସହିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଏପରି ଅବସ୍ଥା ହୋଇଥିଲେ ମଧ୍ୟ କୌଣସି ପ୍ରଶାସନ ଅଧିକାରୀଙ୍କର ଦ୍ରୁଷ୍ଟି ପଡୁନଥିବା ଦୃଭାଗ୍ୟ ଜନକ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନ ମାରିୱାଡା ଗ୍ରାମ ପଞ୍ଚାୟତ ସଦରରେ ଏମିତି ଏକ ରାସ୍ତା କାର୍ଯ୍ୟ ହେଉଛି ଯେ ଆଜକୁ ଚାରି ବର୍ଷ ହେବ ଶେଷ ହେଉନାହିଁ। ମାରିୱାଡା ଗାଁରେ ୧ ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରିଥାନ୍ତି। ଆଶ୍ରମ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଲକାନଗିରି ଅଧୀନରେ ରହିଥିବା କାରଣରୁ ଉକ୍ତ ରାସ୍ତାଟି ପିଚୁ ରାସ୍ତା ହୋଇଛି କିନ୍ତୁ ଅବଶିଷ୍ଟ ରାସ୍ତା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଗ୍ରାମ ଶେଷ ପର୍ଯ୍ୟନ୍ତ ରାସ୍ତା କାଦୁଅ ପଚପଚ।ସୂଚନା ଫଳକ ତଥ୍ୟ ଅନୁଯାଇ ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ୨୦୨୧/୨୨ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ମାଉଳି ମା ମନ୍ଦିର ମାରିୱାଡା ପର୍ଯ୍ୟନ୍ତ WBM ରାସ୍ତା ନିର୍ମାଣ କାର୍ଯ୍ୟ କୋଡ ନଂ-2431013012/RC/10440192 ରେ ନଅ ଲକ୍ଷ ପଚାଶ ହଜାର ବ୍ୟୟ ଅଟକଳ କରାଯାଇଥିଲା ।ସେଥିମଧ୍ୟରୁ ୫ଲକ୍ଷ ୧୦ହଜାର ଟଙ୍କା ଅଣକୁଶଳୀ ଶ୍ରମିକଙ୍କ ଅଂଶ ରହିଥିବା ବେଳେ ବାକି ୪ଲକ୍ଷ ୩୧ହଜାର ବସ୍ତୁ ସାମଗ୍ରୀ ନିମନ୍ତେ ଧାର୍ଯ୍ୟ ହୋଇଥିଲା। ରାସ୍ତା ନିର୍ମାଣ ହେଲା ମାତ୍ର ସେଥିରେ ଗ୍ରାମବାସୀଙ୍କୁ କଷ୍ଟ ଦୂର ହୋଇନାହିଁ।ଶୀତ ଓ ଖରା ଦିନରେ ଜଣା ପଡେନାହିଁ କିନ୍ତୁ ବର୍ଷାଦିନ ଆସିବା ମାତ୍ରେ ରାସ୍ତାଟି ଅତି କଦର୍ଯ୍ୟ ହୋଇପଡେ। ଯାନବାହନରେ ଯିବା ଦୂରର କଥା ଚାଲିକି ଯିବା ଗ୍ରାମବାସୀ ଚାଲିକି ଯିବା କାଠିକର ପାଠ।ରୋଗୀ , ଗର୍ଭବତୀ ଏବଂ ଛାତ୍ରଛାତ୍ରୀ ବର୍ଷା ମାସରେ ଯମଯନ୍ତ୍ରଣା ଭୋଗିଥାନ୍ତି। ଆମ୍ବୁଲାନ୍ସ ରୋଗୀଙ୍କ ଦୁଆର ନିକଟକୁ ଯିବା ସମ୍ଭବ ପର ହୋଇନଥାଏ। ପ୍ରସୂତି ରୋଗୀଙ୍କ ପାଇଁ ଖଟିଆ କାଉଡି ଏକମାତ୍ର ଭରଷା। ଗାଁ ଶେଷ ମୁଣ୍ଡରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହେଉଥିବା କାରଣରୁ ପ୍ରତେକ ଦିନ ବହୁ ଭାରିଯାନ ଉକ୍ତ ରାସ୍ତାଦେଇ ଯିବା ଆସିବା କରୁଥିବା କାରଣରୁ ରାସ୍ତା ବହୁ ମାତ୍ରାରେ ନଷ୍ଟ ହୋଇ ଯାଇଥିବା କହିଛନ୍ତି ଗ୍ରାମବାସୀ । ଏନେଇ ଆମେ ଗ୍ରାମ ପଞ୍ଚାୟତ ଅଧିକାରୀ ଭାସ୍କର ଖରାଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେକହିଥିଲେକି ରାସ୍ତା କାମ ନିମ୍ନ ମାନର ହେଉଛି। ଏନେଇ ଜିଏସ ପଡିଆ କବାସୀଙ୍କୁ ଜଣାଇଥିଲୁ। ତେବେ ଜିଏସଙ୍କୁ ପଚାରିବାରୁ ସେ କହିଥିଲେ କାମ କରିବା ସମୟରେ ଠିକ ଥିଲା କିନ୍ତୁ ବର୍ତ୍ତମାନ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିଯୋଜିତ ଭାରିଯାନ ଯାତାୟତରେ ରାସ୍ତାଟି ସମ୍ପୂର୍ଣ ଭାବେ ଖରାପ ହୋଇଯାଇଛି। ଉକ୍ତ ରାସ୍ତାର ପରିସ୍ଥିତି ନେଇ କନିଷ୍ଟ ଯନ୍ତ୍ରି କାଇରା ପୁର୍ତିଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଉକ୍ତ କାର୍ଯ୍ୟ ଶେଷ ହୋଇନାହିଁ। ବର୍ଷା କମିଲେ ରାସ୍ତା କାମ ଶେଷ ହେବ। ଯେହେତୁ ବର୍ତ୍ତମାନ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିଯୋଜିତ ଭାରିଯାନ ପାଇଁ ରାସ୍ତାଟି ସମ୍ପୂର୍ଣ ଖରାପ ହୋଇଯାଇଛି। ଏଣୁ ଗତ ଦିନରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦାଇତ୍ୟରେ ଥିବା ଅଧିକାରୀଙ୍କୁ ଅବଗତ କରାଇଥିଲି ସେ ରାସ୍ତା ମରାମତିରେ ସାହାଜ୍ୟ କରିବାକୁ କହିଛନ୍ତି କିନ୍ତୁ ଏସବୁ ମଧ୍ୟରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ମାରିୱାଡା ଗ୍ରାମ ପଞ୍ଚାୟତ ବାସୀ । ରାସ୍ତା କାମ ଆରମ୍ଭ ହେବାର ପ୍ରାୟ ୪ ବର୍ଷରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ରାସ୍ତା କାମ ଶେଷ ହୋଇ ପାରୁନାହିଁ।ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଜନ ସାଧାରଣଙ୍କ ବିକାଶକୁ ଅଗ୍ରାଧିକାର ଦେବା ପାଇଁ ଗ୍ରାମାଞ୍ଚଳର ରାସ୍ତାଘାଟ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । ନିକଟ ସହର ସହିତ ଗ୍ରାମାଞ୍ଚଳକୁ ଯୋଡିବା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଏବଂ ପ୍ରତେକ ଗ୍ରାମର ରାସ୍ତା ଗୁଡିକର ଉନ୍ନତି କାରଣ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ରାସ୍ତା ଗୁଡିକର ଉନ୍ନତି ସହିତ ସ୍ଥାନୀୟ ବାସୀଙ୍କୁ ରୋଜଗାର ଯୋଗାଇ ଦେବା ସହିତ ନିଜ ଗ୍ରାମର ରାସ୍ତାକୁ ଗ୍ରାମ ବାସୀ ନିଜ ଗ୍ରାମର ଶ୍ରମିକ ଶ୍ରେଣୀର ଲୋକେ ସରକାରଙ୍କ MGNREGA ମାଧ୍ୟମରେ ସ୍ଵାବ ଲମ୍ବି ହେବା ସହିତ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ଏହି ଉଦ୍ୟେଶରେ ସରକାର ବହୁ ଅର୍ଥ ଯୋଗାଇ ଦେଇ ଆସୁଛନ୍ତି । କିନ୍ତୁ ସରକାରଙ୍କ ଏହି ଯୋଜନା ଗ୍ରାମାଞ୍ଚଳରେ ରହୁ ଥିବା ଲୋକଙ୍କ ନିମନ୍ତେ ଯେତିକି ମାତ୍ରାରେ ସହଯୋଗ କରୁଛି ତା ଠାରୁ ଅଧିକ ପ୍ରତେକ ବର୍ଷାଦିନ ହେଲେ ଗ୍ରାମବାସୀଙ୍କ ଦୃଦଶା କହିଲେ ନଶରେ । ତେବେ ଦେଖିବାକୁ ବାକି ରହିଲା କେବେ ସାରିବ ଉକ୍ତ ରାସ୍ତାକାମ । ଅସୁବିଧାରୁ ମୁକ୍ତି ପାଇବେ ପଞ୍ଚାୟତ ସଦର ବାସୀ ।



