ପଞ୍ଚାୟତ ସମିତିର ସ୍ଵଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ।

 


ମାଲକାନଗିରି(ନିରଞ୍ଜନ ମଲ୍ଲ)

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ହରଘର ତ୍ରିରଙ୍ଗା ଅଭିଯାନରେ ଗତକାଲି ଏକ ଶୋଭାଯାତ୍ରା ମାଧ୍ୟମରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା।ଆଜି ଜିଲ୍ଲା ଜଳ ଓ ପରିମଳ ମିଶନ ଜିଲ୍ଲା ପରିଷଦ ମାଲକାନଗିରି ସହଯୋଗରେ କୋରୁକୋଣ୍ଡା ବ୍ଲକ ସଦର ଠାରେ ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମଟି କୋରୁକୋଣ୍ଡା ମାଉଳି ମା ମନ୍ଦିର ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ପଡି ରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା। କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ନେତୃତ୍ୱରେ ସ୍ୱାମୀ ଶିବାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା , ମେଡିକାଲ କର୍ମଚାରୀ ଏବଂ ଏମବିକେର ସଦସ୍ୟା ମାନଙ୍କୁ ନେଇ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ଅଧିକାରୀ , ପଞ୍ଚାୟତ ସମିତିର ସମସ୍ତ କନିଷ୍ଠ ଯନ୍ତ୍ରୀ , ସିପିଙ୍କ ସହ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।ଆଗାମୀ ଦିନରେ ନିଜ ଅଞ୍ଚଳକୁ କିପରି ସର୍ବଦା ଅଳିଆ ଆବର୍ଜନାରୁ ମୁକ୍ତ ଏବଂ ଆମ ଗାଁ ଆମ ପରିବେଶକୁ ସୁସ୍ଥ ରଖିବା ସେ ନେଇ ଉଭୟ ପାର୍ଶ୍ଵରେ ଥିବା ଛୋଟ ବଡ ଦୋକାନ , ହୋଟେଲ ସମେତ ଉପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଉୟନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।

Post a Comment

Previous Post Next Post