ବ୍ରହ୍ମପୁର ତା ୦୯.୦୭.୨୦୨୫ ରିଖରେ ସ୍ଥାନୀୟ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ , ଗଂଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଡି.ମୋହନ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶଙ୍କର୍ଷଣ ପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ।
ସଭାପତି ଶ୍ରୀ ରାଓ ଆସନ୍ତା ୧୫.୦୭.୨୦୨୫ ତାରିଖରେ ସର୍ବଭାରତୀୟ ମହାସଂଘର ଡ଼ାକରାରେ ହେବାକୁଥିବା ପ୍ରତିବାଦ ଦିବସରେ ଗଂଜାମ ଜିଲ୍ଲା ଶାଖା ସଙ୍ଗଠନ ଦ୍ୱାରା ନିଜଦାବୀ ପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦାବୀପୁରଣରେ ଉଦାସୀନତା ବିରୁଦ୍ଧରେ ମୌନ ଶୋଭାଯାତ୍ରାରେ ଯାଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ୮ଦଫା ଦାବି ସମ୍ବଳିତ ଦାବିପତ୍ର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଦାବିପତ୍ର ଦିଆ ଯିବ। ଏହି କାର୍ଯ୍ୟକ୍ରମରେ ଅତିକମରେ ୫୦୦ ପେନ୍ସନର ଯୋଗଦେବେ ବୋଲି କହିଥିଲେ।
ସେହିପରି ତା୧୭.୦୯.୨୦୨୫ ରିଖରେ ଅଖିଳ ଭାରତ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ ଏକଦିବସୀୟ ଧାରଣା କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାରୁ ଅତି କମରେ ୨୫ ଜଣ ଯୋଗଦେବାପାଇଁ ସ୍ଥିରକରାଗଲା। ରଙ୍ଗେଇଲୁଣ୍ଡା ବ୍ଲକର ସଭାପତି କେ.କୃଷ୍ଣ ମୂର୍ତି,
ଉପଦେଷ୍ଟା କେ.ନନ୍ଦେଷୁ ସେନାପତି, ଉପସଭାପତି Asn ଗୁପ୍ତା, ଯୁଗ୍ମ ସମ୍ପାଦକ ମହର୍ଷି ସିଂ, ସହ ସମ୍ପାଦକ ଡି.ଗୁରୁମୂର୍ତୀ ପାତ୍ର, କୋଷାଧକ୍ଷ ନିରାକାର ସାବତ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ରାଙ୍ଗା ରାଓ , ନଳିନୀ କାନ୍ତ ମିଶ୍ର, ସୀମାଞ୍ଚଳ ସାହୁ, ଦଣ୍ଡପାଣି ରେଡ୍ଡୀ, ଆଦି ବକ୍ତବ୍ୟ ରଖି ନିଜ ଦାବୀ ସମୂହ ଅର୍ଥାତ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା , ପି.ଜି.ପି.ଏ.ବିଭାଗର ପୁନଃ ସ୍ଥାପନ, ୬୫ ବର୍ଷରୁ ଅତିରିକ୍ତ ପେନସନ ଲଜି, କାମୁଟେସନ ଦେୟର ଅବଧି ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ ମାସକୁ ହ୍ରାସକରିବା , ଏନ.ପି.ଏସ.ଓ ୟୁ.ପି.ଏସ.କୁ ବାତିଲ କରି ପୁରୁଣା ପେନସନ ଚାଲୁକରିବା, ରେଳ ଯାତ୍ରାରେ ଯେଉଁ ରିହାତି ଥିଲା ତାକୁ ଲାଗୁକରିବା, ଆମ ବସଭଳି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବସରେ ରିହାତି ପ୍ରଦାନ କରିବା , କୋରନା ସମୟରେ ବନ୍ଦ ରଖିଥିବା ୧୮ ମାସର ମହଙ୍ଗା ଭତ୍ତାକୁ ପ୍ରଦାନ କରିବା ଆଦି ଦାବୀ ବିଷୟରେ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସରକାର ନିରବ ରହୁଥିବା ଅତି ଦୁଃଖର ବିଷୟ
ବୋଲି କହିଥିଲେ। ଗଞ୍ଜାମର ସମସ୍ତ ପେନ୍ସନର ଭଉଣୀ ଭାଇମାନେ ୧୫.୦୭.୨୦୨୫ ତାରିଖରେ ଅନୁଷ୍ଠିତ ହେଉଥିବା ମୌନ ଶୋଭାଯାତ୍ରାରେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ।
କେଶବ ଚନ୍ଦ୍ର ଗୌଡ଼, ଏମ୍.ନରସିଂହ, ଟି.ଯୋଗେଶ୍ୱର ରାଓ, H.ତୁମ୍ବେଶ୍ୱର ରେଡ୍ଡୀ, କିଶୋର ଚନ୍ଦ୍ର ମହାରଣା , ବିନୋଦ ଚନ୍ଦ୍ର ଜେନା, ପ୍ରକାଶ ପାଣିଗ୍ରାହୀ, ସୀମାଞ୍ଚଳ ସାହୁ, ମହେନ୍ଦ୍ରନାଥ ସାହୁ, ଉଦୟନାଥ ଚୌଧୁରୀ, ଦେବରାଜ କୋଠିଆ ଉଦେୟନାଥ ପଣ୍ଡା, ଭାସ୍କର ନାୟକ, ଲଡୁକିଶୋର, ନାରାୟଣ ପାଣିଗ୍ରାହୀ,ବସନ୍ତ କୁମାର ପାତ୍ର,
କିଶୋର ଚନ୍ଦ୍ର ସାହୁ, ତେଜେଶ୍ୱର ପଟ୍ଟନାୟକ, ମହେନ୍ଦ୍ର ନାଥ ସାହୁ ଓ ବହୁ ସଭ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଜଣାଇଥିଲେ।
ଡି.ମୋହନ ରାଓ, ସଭାପତି, ଗଞ୍ଜାମଜିଲ୍ଲା ଶାଖା, OSREF
08895120127