ପଞ୍ଚାୟତ ସମିତି ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ଦେଶବାସୀ ଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରିବା ଲକ୍ଷ୍ୟରେ ସାରା ଦେଶରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତି ପ୍ରଶାସନ ପକ୍ଷରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସଦର ସ୍ଵାମୀ ଶିବାନନ୍ଦ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳଠାରୁ ଏକ ତିରଙ୍ଗା ଯାତ୍ରା ଆରମ୍ଭହୋଇ ଥିବାବେଳେ ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ସଂଗଠନର କର୍ମି ଓ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ରାଳି ଏଵଂ ବିଦ୍ୟାଳୟର କିଛି ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସାଇକେଲ ରାଲି ବାହାରି ସହ ସହର ପରିକ୍ରମା କରିବା ସହିତ ପଞ୍ଚାୟତ ସେମିତି କାର୍ଯ୍ୟ। ଳୟରେ ପହଞ୍ଚିଥିଲେ। ଏହି ରାଲିରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ସମେତ ପଞ୍ଚାୟତ ସମିତିର ସମସ୍ତ ଅଧିକାର ଉପାସ୍ଥିତ ରହିଥିବାବଳେ ସ୍ଵାମୀ ଶିବା ନନ୍ଦ ସରକାରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ କାନ୍ତ ବେହେରା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ସିକ୍ଷତ୍ରି ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ପରିସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।

Post a Comment

Previous Post Next Post