ପାଣ୍ଡ୍ରିପାଣି ସରକାରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ଵାରା ଆଇନି ସଚେତନତା କାର୍ଯ୍ୟକ୍ରମ।

ମାଲକାନଗିରି  ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାନ୍ୟବର ଜିଲ୍ଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନ କ୍ରମେ ପାଣ୍ଡ୍ରିପାଣି ସ୍ଥିତ ଆଦିବାସୀ ଓ ହରିଜନ ବିଭାଗ ଦ୍ଵାରା ପରିଚାଳିତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ  ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ତଥା ଆଇନ ସେବା ପ୍ରାଧିକରଣର ବିଚାରପତି ସୁଶ୍ରୀସଂଗୀତା ପାତ୍ର ଯୋଗ ଦେଇ ଅଧାରୁ ପାଠ ଛାଡୁଥିବା ଶିଶୁ ମାନଙ୍କ ନିମନ୍ତେ ଥିବା ସରକାରୀ ସୁବିଧା ତଥା ଏହି ସମ୍ପର୍କିତ ଶିକ୍ଷା ଅଧିକାର ଆଇନ ରେ ଥିବା ବ୍ୟବସ୍ଥା ଉପରେ ବୁଝାଇବା ସହ ପାଠ ପଢି ଭଲ ମଣିଷ ହୋଇ ସମାଜର ଉନ୍ନତି କଳ୍ପେ କାମ କରିବାକୁ ଉପଦେଶ ଦେଇଥିଲେ। ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଆଇନି ଉପରେ ବୁଝାଇଥିଲେ। ଉପ ପ୍ରମୁଖ ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ  ଆଇନସେବା ପ୍ରାଧିକରଣର କାର୍ଯବଳି  ଓ ଏହି ସମ୍ପର୍କିତ ଆଇନ ସମ୍ପର୍କରେ କହିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଗଳ୍ପ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ ପ୍ରାୟ ୮୦ ଜଣ ଛାତ୍ର-ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ଶେଷରେ ବିଦ୍ୟାଳୟର  ବରିଷ୍ଠ ଶିକ୍ଷକ ରାଜୁ ମଣ୍ଡଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post