ଜମି ଉର୍ନତି କରଣ ନାମରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା, କାହିଁକି ଚୁପ୍ ବେଗୁନିଆପଡ଼ା ବିଡିଓ?

 


କୋଦଳା ମୋ ନିୟୁଜ ଓଡିଶା (୧୩/୦୮/୨୦୨୪) 

ଜମି ସମତୁଲ ଯୋଜନାରେ ଦୁର୍ନୀତି। ଏହି ଯୋଜନାରେ ଜଣେ ହିତାଧିକାରୀଙ୍କ ଟଙ୍କା ଅନ୍ଯ ଜଣେ ହିତାଧିକାରୀଙ୍କ ଆକାଉଣ୍ଟ୍ କୁ ଚାଲିଗଲା। ତେବେ ପ୍ରକୃତ ହିତାଧିକାରୀଙ୍କୁ ଭୁଆଁ ବୁଲାଇ ଦେଲେ ସରକାରୀ କର୍ମଚାରୀ। ସରକାରୀ କର୍ମଚାରୀ ଓ ଗାଁ କୁଜି ନେତା ତଥା କିଛି ମୁଷ୍ଟିମେୟ ଲୋକେ ଏଥିରେ ସାମିଲ ହୋଇ ସରକାରୀ ଅର୍ଥକୁ ବାଟମାରଣା କରୁଥିବା ଅଭିଯୋଗ ହୋଇଛି। ଏଭଳି ଏକ ଚଞ୍ଚକତା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ବୁରୁଝୁରୀ ପଞ୍ଚାୟତର କନିଆରିବାଡିରେ। ହିତାଧିକାରୀ ଲୋକନାଥ ସାହୁଙ୍କ କହିବା ଅନୁସାରେ ଲ୍ୟାଣ୍ଡ ଡେଭଲପମେଣ୍ଟ ଯୋଜନାରେ ନିଜ ଜମିକୁ ସମତୁଲ କରିଥିଲେ। ବ୍ଲକରୁ ସରକାରୀ କର୍ମଚାରୀ ଜମି ପରିଦର୍ଶନ କରି ଜିଓ ଟ୍ଯାଗ୍ ବି କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅର୍ଥରାଶି ଅନ୍ଯ ଜଣେ ହିତାଧିକାରୀଙ୍କ ଆକାଉଣ୍ଟ୍ କୁ ଚାଲିଗଲା। ୨୬ ହଜାର ଟଙ୍କା ପାଇବାକୁ ଥିବା ବେଳେ ଏଯାବତ ମିଳିନଥିବା ସେ କହିଛନ୍ତି। ସେପଟେ ଗାଁ ର ଜଣେ ବ୍ଯକ୍ତି ତାଙ୍କୁ ୬ ହଜାର ଟଙ୍କା ନିଅ ଓ ଚୁପ୍ ରହିଯାଅ ବୋଲି କହୁଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ମଂଗଳବାର ବେଗୁନିଆପଡ଼ା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀକଂ ନିକଟରେ ଗୁହାରି କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଏଭଳି ସାଂଘାତିକ ଦୁର୍ନୀତିର ତଦନ୍ତ କରିବା ଦୂରର କଥା, ଉଭୟଙ୍କୁ ଡାକି ସମାଧାନ କରିଦେବା ବୋଲି କୁଆଡେ ବିଡିଓ ମହାଶୟା କହିଥିବା ନେଇ ହିତାଧିକାରୀ ଜଣକ କହିଛନ୍ତି। କେବଳ ଗୋଟିଏ ନୂହେଁ ଏଭଳି ଶତାଧିକ ଦୁର୍ନୀତି ଘଟଣା ବେଗୁନିଆପଡ଼ା ବ୍ଳକ ଅଞ୍ଚଳରେ ଘଟୁଥିବା ବେଳେ ଏନେଇ ଭିଜିଲାନ୍ସ ବିଭାଗ ଓ ନୂତନ ସରକାରଙ୍କ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

Post a Comment

Previous Post Next Post