(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ବଡବଜାର ଥାନା ସମ୍ମୁଖରୁ ଏକ ନକଲି ଅଏଲ କାରଖାନାରେ ଚଢଉ କରି ବିପୁଳ ପରିମାଣର ନକଲି ଅଏଲ ସହ କଞ୍ଚାମାଲ ଜବତ କରିଛି ପୋଲିସ। ସେଠାରୁ ପୋଲିସ ୩ ଜଣଙ୍କୁ କାବୁ କରିଛି । ସେମାନେ ହେଲେ ଉକ୍ତ କାରଖାନା ର ମାଲିକ ଗାନ୍ଧିନଗରର ମହମ୍ମଦ ଇଜାଜ ,ଗୋଇଲୁଣ୍ଡିର ମନୋଜ ପାତ୍ର ଓ ଗେଟବଜ଼ାରର ମନୋଜ ସାହୁ। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୁଚନାପ୍ରକାରେ ବଡବଜାର ଥାନା ସମ୍ମୁଖ ଗଳିରେ ଥିବା ଏକ ଭଡା ଘରେ ନକଲି ଅଏଲ କାରଖାନା ଚାଲୁଥିବା ପୋଲିସକୁ ଖବର ମିଳିଥିଲା । ସେହିକ୍ରମରେ ଏସଆଇ ରଞ୍ଜିତ ଦାସଙ୍କ ନେତୃତ୍ବରେ ଏକ ଟିମ ସେହି ଭଡା ଘରେ ଅଚାନକ ଚଢଉ କରିଥିଲା । ଚଢଉ ବେଳେ ସେହି ଘରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ଅଏଲ ଡବା ସହ କଞ୍ଚାମାଲ ଜବତ ହୋଇଥିଲା । ଏହି ଅଏଲ କାରଖାନା ଚଳାଉଥିବା ୩ ଜଣଙ୍କୁ ପୋଲିସ କାବୁ କରିଥିଲା । ସେଠାରୁ ପୋଡା ଅଏଲ ସମେତ ଖାଲି ବୋତଲ, ଠିପି, ବିଭିନ୍ନ କମ୍ପାନୀର ଲେବେଲ ଆଦି ଜବତ କରିଥିଲା । ପୋଡା ଅଏଲ ବ୍ୟବହାର କରାଯାଇ ବିଭିନ୍ନ କମ୍ପାନୀ ନାଁରେ ଅଏଲ ବୋତଲ ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ବ୍ରହ୍ମପୁର ସହର ସମେତ ଗ୍ରାମାଞ୍ଚକୁ ପଠାଯାଉଥିଲା ବୋଲି ତଦନ୍ତ ବେଳେ ଜଣାପଡିଛି ।


