ରାୟଗଡ଼ ବ୍ଲକର ନୀଳମଣୀ ଉଚ୍ଚ ବିଦ୍ୟାଳୟ ନାରାୟଣପୁର ଠାରେ ଜିଲ୍ଲା ଜୁନିଅର ରେଡକ୍ରସର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 


ଗଜପତି ମୋ ନିୟୁଜ ଓଡିଶା ତା 08/08/2024 ରିଖ  ଦିନ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଜୁନିଅର ରେଡ଼କ୍ରସର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ପ୍ରଶିକ୍ଷଣ ଶିବିରରେ ରାୟଗଡ଼ ବ୍ଲକର 15 ଟି ମାଧ୍ୟମିକ ବିଦ୍ୟାଳୟର 15 ଜଣ ବିଷୟ ଭିତ୍ତିକ ମାଧ୍ୟମିକ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ |ଉଦଘାଟନୀ ଉତ୍ସବରେ ରାଜ୍ୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହଲ୍ଲାଦ ଶିହଳ ମନ୍ତ୍ର ଉଚ୍ଚାରଣ କରିଥିଲେ |ପ୍ରଧାନ ଶିକ୍ଷକ ଶ୍ରୀ ମେନକା ରାଓ ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ପାପାରାଓ ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ଶ୍ରୀ ପ୍ରହଲ୍ଲାଦ ଶିହଳ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ଜୁନିଅର ରେଡ଼କ୍ରସର ଭୂମିକା ରେଡ଼କ୍ରସର ଇତିହାସ ରକ୍ତଦାନ ପ୍ରାଥମିକ ଚିକିତ୍ସା ପ୍ରାକୃତିକ ବିପର୍ଯୟ ପରିଚାଳନା ସମ୍ପର୍କରେ ଶିକ୍ଷା ଦାନ ଦେଇଥିଲେ |ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଶିବିର ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ମେନକା ରାଓ ଧନ୍ୟବାଦ ଅର୍ପଣ କରିଥିଲେ |           ଗଜପତି  ଜିଲା ରୁ  ମନୋଜ କୁମାର ପାଢୀ ଙ୍କ  ରିପୋର୍ଟ

Post a Comment

Previous Post Next Post